Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ଘର ବାହାରେ ଓଲଟା ଚପଲ !

    Share on :
    ajab-Image
    Date: Apr 28, 2022    Views: 5346

    ଭୁବନେଶ୍ୱର: ଘରର ବାସ୍ତୁଶାସ୍ତ୍ର ଅନୁଯାୟୀ କିଛି ନିୟମରେ ମାନି ରହିବା ନିତ୍ୟାନ୍ତ ଆବଶ୍ୟକ ହୋଇଥାଏ । ଯାହାଦ୍ୱାରା ଆମ ପରିବାର ଲୋକଙ୍କର ସଫଳତା ଓ ଶାରୀରିକ ସୁସ୍ଥତା ମଧ୍ୟ ନିର୍ଭର କରିଥାଏ । ଘରେ ଓଲଟା ଚପଲ ଦେଖିଲେ ଆମକୁ ଅନେକ ପାଟି କରିଥାନ୍ତି। ଏପରିକି ଓଲଟା ଚପଲକୁ ସିଧା କରିଦେବାକୁ କହିଥାନ୍ତି। ତେବେ କ’ଣ ଆପଣ ଜାଣନ୍ତି ଏହା ପଛରେ ଥିବା କାରଣ କ’ଣ। କୁହାଯାଏ ଘରେ ଓଲଟା ଚପଲ ଥିଲେ ଝଗଡ଼ା ହୋଇପାରେ। ଏପରିକି ମା’ ଲକ୍ଷ୍ମୀ କ୍ରୋଧିତ ହୋଇଯାନ୍ତି। ଫଳରେ ଘରେ ଦରିଦ୍ରତା ଦେଖାଦେଇଥାଏ।

    -ମାନ୍ୟତା ଅନୁଯାୟୀ ଘରେ ଓଲଟା ଚପଲ ଥିଲେ ଝଗଡ଼ା ହୋଇଥାଏ। ଏପରି କଲେ ଘରେ ନକରାତ୍ମକ ବାତାବରଣ ସୃଷ୍ଟି ହୋଇଥାଏ।
    -କୁହାଯାଏ ଘରେ ଓଲଟା ଚପଲ ଥିଲେ ଚିନ୍ତାର ବାତାବରଣ ରହିଥାଏ। ଏହାଦ୍ୱାରା ଶନିଙ୍କ ପ୍ରକୋପ ପଡ଼ିଥାଏ।
    -କୁହାଯାଏ ଘର ବାହାରେ ଚପଲ ଓଲଟା ରଖିଲେ ଘରର ସଦସ୍ୟଙ୍କ ମନରେ ଖରାପ ପ୍ରଭାବ ପଡ଼ିଥାଏ। ବାସ୍ତୁଶାସ୍ତ୍ର ମୁତାବିକା ଏହାଦ୍ୱାରା ପରିବାରର ସୁଖଶାନ୍ତିରେ ବହୁତ ବାଧା ସୃଷ୍ଟି ହୋଇଥାଏ।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook