Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ରୋଷେଇଘରେ ସବୁବେଳେ ରଖନ୍ତୁ ଏହି ଜିନିଷ, ମିଳିବ ଚମତ୍କାର ଫାଇଦା

    Share on :
    ajab-Image
    Date: Apr 26, 2022    Views: 4425

    ଭୁବନେଶ୍ୱର: ରୋଷେଇ ଘରେ ଥିବା ଏମିତି ବହୁତ ଜିନିଷ ଅଛି ଯାହା ରୋଷେଇରେ ବ୍ୟବହାର ହେବା ସହ ବହୁତ ବାସ୍ତୁ ଦୋଷ ଦୁର କରିବାର ଶକ୍ତି ମଧ୍ୟ ରହିଛି | ଏହି ସବୁ ଜିନିଷ ବ୍ୟବହାର ଦ୍ୱାରା ଖାଦ୍ୟର ସ୍ୱାଦ ବୃଦ୍ଧି ପାଇଥାଏ | ଏହି ଜିନିଷ ମଧ୍ୟ ଦେବତାଙ୍କ ଭୋଗରେ ଲାଗିଥାଏ | ତେବେ ଏହି ଜିନିଷ ଘରୁ ନକରାତ୍ମକ ବା ନେଗେଟିଭ ଶକ୍ତି ବାହାର କରିବାରେ ମଧ୍ୟ ସହାୟକ ହୋଇଥାଏ | ଏହି ଉପାୟ କରିବା ଦ୍ୱାରା ଅଟକି ଯାଇଥିବା କାମ ମଧ୍ୟ ସଫଳ ହୋଇଥାଏ ଓ ଭାଗ୍ୟ ସାଥ ଦେଇଥାଏ | ଆଜି ଆସନ୍ତୁ ଜାଣିବା ଲବଙ୍ଗର କିଛି ଉପାୟ ବିଷୟରେ |

    ବିଗିଡି ଯାଇଥିବା କାମକୁ ସଫଳ କରିବା ପାଇଁ –
    ଯଦି ଆପଣଙ୍କ ସବୁ କାମ ସଫଳ ହେଉ ହେଉ ବିଗିଡି ଯାଉଛି ତେବେ ଏକ ଲେମ୍ବୁରେ 4 ଟି ଲବଙ୍ଗକୁ ଫୋଡି ଦିଅନ୍ତୁ ଓ 21 ଥର ” ଓଁ ଶ୍ରୀ ହନୁମତେ ନମଃ ” ଜପ କରନ୍ତୁ | ଯେତେବେଳେ କୌଣସି କାମରେ ଯାଉଛନ୍ତି ଏହାକୁ ସାଙ୍ଗରେ ନେଇ ଯାଆନ୍ତୁ, ଲାଭ ନିଶ୍ଚୟ ମିଳିବ |

    ସଫଳତା ପାଇଁ –
    ବହୁ ପରିଶ୍ରମ ପରେ ଯଦି ଆପଣ କାମରେ ସଫଳତା ପାଉନାହାନ୍ତି ତେବେ ଡାହାଣ ପଟକୁ ଶୁଣ୍ଢ ଥିବା ଗଣପତିଙ୍କୁ ଘରେ ବିରାଜମାନ କରନ୍ତୁ | ବିଧି ବିଧାନରେ ପୂଜା କରିବା ସହ ଲବଙ୍ଗ ଚଢନ୍ତୁ, କାମରେ ସଫଳତା ମିଳିବ |

    ଧନ ଲାଭ ପାଇଁ –
    ଆର୍ଥିକ ଅସୁବିଧାରୁ ରକ୍ଷା ପାଇବା ପାଇଁ ଶନିବାର ଓ ମଙ୍ଗଳବାର ଶ୍ରୀ ହନୁମାନଙ୍କ ଆଗରେ ସୋରିଷ ତେଲର ଦୀପ ଜଳାନ୍ତୁ | ଦୀପରେ ଲବଙ୍ଗ ପକାଇବା ଦ୍ୱାରା ଧନ ଲାଭ ହେବ |

    ଚାକିରି ପାଇଁ –
    ଯଦି ଆପଣ ଚାକିରି ଖୋଜୁଛନ୍ତି ତେବେ ଲବଙ୍ଗର ଉପାୟ ଚମତ୍କାର ଅଟେ | ଏଥି ପାଇଁ ଏକ ଲେମ୍ବୁର ଚାରିପଟେ ଫୁଲ ଥିବା ଲବଙ୍ଗ ଖୋସି ଦିଅନ୍ତୁ | ଏବେ 21 ଥର ” ଓଁ ଶ୍ରୀ ହନୁମତେ ନମଃ ” ଜପ କରନ୍ତୁ | ଏହାକୁ ଜଳରେ ଭସାଇ ଦିଅନ୍ତୁ, ଦେଖିବେ ଖୁବ ଶୀଘ୍ର ଚାକିରି ମିଳିଯିବ |

    ଶତ୍ରୁଙ୍କୁ ପରାଜିତ କରିବା ପାଇଁ –
    ଶତ୍ରୁଙ୍କ ଉପରେ ବିଜୟ ପ୍ରାପ୍ତ କରିବା ପାଇଁ ଶନିବାର ଓ ମଙ୍ଗଳବାର ଦିନ ହନୁମାନଜୀଙ୍କୁ ବିଧି ପୂର୍ବକ ପୂଜା କରି ବଜରଙ୍ଗ ବାଣ ପଢନ୍ତୁ | କିଛି କର୍ପୁରରେ 5 ଲବଙ୍ଗ ଭସ୍ମ କରି ନିୟମିତ ମଥାରେ ଲଗାନ୍ତୁ ଶତ୍ରୁଙ୍କ ଉପରେ ବିଜୟ ପ୍ରାପ୍ତ କରିବେ |

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook