Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ଜାଣନ୍ତୁ, କେଉଁ ଗଛ ଲଗାଇବେ ଘରେ

    Share on :
    ajab-Image
    Date: Apr 21, 2022    Views: 5078

    ଭୁବନେଶ୍ୱର: ବାସ୍ତୁ ଅନୁଯାଇ, ଘରେ ଗଛ ଲଗାଇବା ଦ୍ୱାରା ସମସ୍ତ ଅନିଷ୍ଟ ଓ ନକରାତ୍ମକ ଶକ୍ତି ଦୂର ହୋଇଥାଏ । ପ୍ରକୃତି ସହ ଜଡ଼ିତ ପ୍ରତ୍ୟେକଟି ଜିନିଷକୁ ଈଶ୍ୱରଙ୍କର ଗୋଟିଏ ଗୋଟିଏ ସ୍ବରୂପ ଭାବେ ବିବେଚନା କରାଯାଇଥାଏ; ଯେମିତି କି ବୃକ୍ଷଲତା। ବାସ୍ତୁଶାସ୍ତ୍ର ଅନୁଯାୟୀ ଏମିତି ବି କିଛି ବୃକ୍ଷଲତା ରହିଛି ଯାହାକୁ ଘରେ ଲଗାଇଲେ ଅନେକ କିଛି ଶୁଭଫଳ
    ମିଳିଥାଏ। ଯେମିତିକି :

    * ତୁଳସୀ ଗଛକୁ ପବିତ୍ରତାର ସ୍ବରୂପ ବୋଲି କୁହାଯାଇଥାଏ। ତେଣୁ ଘରର ଉତ୍ତର ଦିଗ କିମ୍ବା ଉତ୍ତର-ପୂର୍ବ ଦିଗରେ ତୁଳସୀ ଗଛ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ।

    * ଏରିକା ପାମ୍‌ ବୃକ୍ଷକୁ ଲକି ପ୍ଲାଣ୍ଟ ବୋଲି କୁହାଯାଇଥାଏ। ଏହି ବୃକ୍ଷକୁ ଘରେ ଲଗାଇଲେ ଘରର ବାୟୁ ସ୍ବଚ୍ଛ ନିର୍ମଳ ରହିବା ସହିତ ଘରେ ସକାରାତ୍ମକ ଊର୍ଜା ଉତ୍ପନ୍ନ ହୋଇଥାଏ; ଫଳରେ ଐଶ୍ୱର୍ଯ୍ୟ ବୃଦ୍ଧି କରାଇବାରେ ଏହା ସାହାଯ୍ୟ କରିଥାଏ।

    * କୁହାଯାଏ, କଦଳୀ ଗଛର ଛାଇରେ ବସି ପାଠ ପଢ଼ିଲେ ପାଠ ଶୀଘ୍ର ମନେ ରହିଯାଏ। କାରଣ ଏହି ଗଛ ସ୍ମରଣ ଶକ୍ତିକୁ ବୃଦ୍ଧି କରାଇବାରେ ସହାୟକ ହୋଇଥାଏ। ତେଣୁ ଏହି ଗଛକୁ ଘର ଅଗଣାରେ କିମ୍ବା ବାଡିପଟେ ଲଗାଇବା ଶୁଭ ହୋଇଥାଏ।

    * ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ କଣ୍ଟାଥିବାବାଲା କୌଣସି ଗଛ ଲଗାଇବା ଉଚିତ୍‌ ନୁହେଁ। କିନ୍ତୁ ଗୋଲାପ ଗଛ ଲଗାଇହେବ। କାରଣ ଏହା ଘରର ସଦସ୍ୟଙ୍କ ଭିତରେ ଭଲପାଇବା ବୃଦ୍ଧି କରାଇବା ସହ ଘରର ଐଶ୍ୱର୍ଯ୍ୟକୁ ମଧ୍ୟ ବୃଦ୍ଧି କରିଥାଏ।

    * ଧଳା ଅପରାଜିତା ଫୁଲ ଫୁଟୁଥିବା ଗଛ ଘରେ ଲଗାଇବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ। ଏହାଦ୍ୱାରା ଘରେ ଧନବୃଦ୍ଧି ହୁଏ ବୋଲି ବିଶ୍ୱାସ କରାଯାଏ।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook