Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଅପରାଜିତା ଷଡ଼ଙ୍ଗୀଙ୍କ କ’ଣ ଅସୁବିଧା :ବର୍ଷା ପ୍ରିୟଦର୍ଶିନୀ

    Share on :
    ajab-Image
    Date: Apr 5, 2022    Views: 4781

    ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଟ୍ୱିଟ୍ କରି ବର୍ଷା କହିଛନ୍ତି ଯେ, ମୁଁ ଜଣେ ଓଡ଼ିଆ ଝିଅ, ମୁଁ ଯେବେ ପୁରୀ ଯାଏଁ, ଶ୍ରୀମନ୍ଦିର ନିକଟରେ ମହିଳାଙ୍କ ନିମନ୍ତେ କୌଣସି ଶୌଚାଳୟ ଦେଖିବାକୁ ପାଏନି । ଅନ୍ୟମହିଳାଙ୍କ ମଧ୍ୟ ସମାନ ସମସ୍ୟା ରହିଛି । ଯଦି ସରକାରଙ୍କ ପକ୍ଷରୁ ଏହି ସୁବିଧା ଯୋଗାଇଦେବା ଲାଗି ବ୍ୟବସ୍ଥା କରାଯାଉଛି ତେବେ ଅପରାଜିତା ଷଡ଼ଙ୍ଗୀଙ୍କ କ’ଣ ଅସୁବିଧା ।

    ମନ୍ଦିରକୁ ନେଇ ରାଜନୀତି ନକରିବାକୁ ସେ ଟ୍ୱିଟ୍‌ରେ କହିଛନ୍ତି । ଆଉ ଲେଖିଛନ୍ତି ଗୋଟିଏ ପଟେ ବଦ୍ରିନାଥ ଓ କାଶୀ ବିଶ୍ୱନାଥ ମନ୍ଦିରର ଉନ୍ନତିକରଣ ପ୍ରକଳ୍ପକୁ ସେ ପ୍ରଂଶସା କରୁଥିବାବେଳେ, ପୁରୀ ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପ୍ରକଳ୍ପକୁ ବିରୋଧ କରୁଛନ୍ତି । ଯଦି ତାଙ୍କ ଭଳି ଅନେକ ଭକ୍ତ ଏହି ସୁବିଧା ଦ୍ୱାରା ଉପକୃତ ହୋଇପାରିବେ ତେବେ ଏଥିରେ ଅସୁବିଧା କଣ ବୋଲି ବର୍ଷା ଟ୍ୱିଟ୍‌ କରି ପ୍ରଶ୍ନ କରିଛନ୍ତି ।  ସୂଚନାଯୋଗ୍ୟ ଯେ, ସଂସଦରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଉଠିବା ପରେ ଏବେ ସାଧାରଣରେ ଏହି ପ୍ରସଙ୍ଗ ଚର୍ଚ୍ଚାର କାରଣ ପାଲଟିଛି । ସମ୍ପ୍ରତି ବିବାଦ ଦେଖାଦେଇଥିବା ସ୍ଥାନରେ ଶୌଚାଳୟ ସହିତ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ନେଇ ନିର୍ମାଣ କାର୍ୟ୍ୟ ଚାଲିଥିବା ସଂସଦରେ ସ୍ପଷ୍ଟ କରିଛନ୍ତି ପୁରୀ ସାଂସଦ ପୀନାକି ମିଶ୍ର ।

    Maximum 500 characters

    ରାଜନୀତି View all

    Find Us on Facebook