ମୁଖ୍ୟ ଖବର
କଟକ: ଡିସେମ୍ବର ୯ରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ହାଇଭୋଲଟେଜ୍ ମ୍ୟାଚ୍ । ଏଥିପାଇଁ ଦର୍ଶକ ମଧ୍ୟରେ ପ୍ରବଳ ଉତ୍ସାହ । ଷ୍ଟାଡିୟମକୁ ଯାଇ ପାଖରୁ ନିଜ ପସନ୍ଦର ଖେଳାଳିଙ୍କୁ ଦେଖିବାକୁ ସମସ୍ତଙ୍କ ଇଚ୍ଛା । ଏଥିପାଇଁ ଟିକେଟ୍ ପାଇବା ପାଇଁ ସମସ୍ତେ କସରତ କରୁଛନ୍ତି । ଆଉ ଏହାର ସୁଯୋଗ ନେଇ ମାତିଛନ୍ତି କଳାବଜାରୀ । ଚଢ଼ା ଦରରେ ବିକ୍ରି କରୁଛନ୍ତି ଟିକେଟ୍ ।
ବାରବାଟୀ ଟିକେଟ୍ ଓ ପାସ୍ କଳାବଜାରୀ କରିବା ମାମଲାରେ ୪ ଜଣଙ୍କୁ ଗିରଫ କରିଛି ବିଡାନାସୀ ଓ ଦରଘା ବଜାର ଥାନା ପୋଲିସ । ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଞ-୨୦ ମ୍ୟାଚ୍ ପାଇଁ ଏହି ୪ ଜଣ ବ୍ୟକ୍ତି ଟିକେଟ ଓ ପାସ୍ କଳାବଜାରୀ କରୁଥିଲେ । ସେମାନଙ୍କ ନିକଟରୁ ୨୧ଟି ପାସ୍ ଓ ଟିକେଟ୍ ଜବତ କରିଛି ପୋଲିସ ।
ସୂଚନା ଅନୁସାରେ, ଚଳିତ ଥର ବାରବାଟୀ ମ୍ୟାଚ୍ ପାଇଁ ୨ ହଜାର ଟିକେଟ୍ ଅନଲାଇନ୍ରେ ଉପଲବ୍ଧ ହୋଇଥିବା ବେଳେ ୧୦ ହଜାର ଟିକେଟ୍ ଅଫଲାଇନରେ ସାଧାରଣ ଦର୍ଶକ ପାଇଁ ଉପଲବ୍ଧ ହୋଇଥିଲା । ସାଧାରଣ ଦର୍ଶକ ପାଇଁ ୧୨ ହଜାର ଟିକେଟ୍ ଥିବା ବେଳେ ହଜାର ହଜାର କ୍ରିକେଟ୍ ପ୍ରେମୀ ଟିକେଟ୍ ନପାଇ ନିରାଶ ହୋଇଛନ୍ତି । ଆଉ ଏହାର ସୁଯୋଗ ଉଠାଇଛନ୍ତି ଟିକେଟ୍ କଳାବଜାରୀ ।
ସେପଟେ ଆସନ୍ତାକାଲି ମ୍ୟାଚ୍ ହେବାକୁ ଥିବା ବେଳେ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିବେ । ଭାରତୀୟ ଦଳ ଅପରାହ୍ମ ୧:୩୦ରୁ ୪:୩୦ ପର୍ୟ୍ୟନ୍ତ ଅଭ୍ୟାସ କରିବ । ସେହିପରି ଦକ୍ଷିଣ ଆଫ୍ରିକା ଦଳ ସନ୍ଧ୍ୟା ୫:୩୦ରୁ ରାତି ୮:୩୦ ପର୍ୟ୍ୟନ୍ତ ବାରବାଟୀରେ ଅଭ୍ୟାସ କରିବ । ଭୁବନେଶ୍ବର ହୋଟେଲ ମେ'ଫେୟାରରୁ କଟକ ବାରବାଟୀ ପର୍ୟ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ା କରଯାଇଛି । ସେପଟେ ଅଭ୍ୟାସ ଦେଖିବା ପାଇଁ ଦର୍ଶକ ପାଇଁ ଦୁଇଟି ଗ୍ୟାଲେରୀ ଖୋଲା ରହିବ । ଗ୍ୟାଲେରୀ ନମ୍ବର ୬ ଓ ୭ ସାଧାରଣ ଦର୍ଶକ ପାଇଁ ଖୋଲା ରହିବ । ଆଉ ଯଦି ଭିଡ଼ ଅଧିକ ହୁଏ ତେବେ ଗ୍ୟାଲେରୀ ନମ୍ବର ୧ ଓ ୨ ଖୋଲିବ ବୋଲି ଓସିଏ ପକ୍ଷରୁ କୁହାଯାଇଛି ।କରିଥିଲେ ପାଣ୍ଡ୍ୟା ।
Comments ସମସ୍ତ ମତାମତ