Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବାରବାଟୀ ଟି-୨୦ ମ୍ୟାଚ୍: ଜୁନ୍ ପହିଲାରୁ ଟିକେଟ ବିକ୍ରି ଆରମ୍ଭ

    Share on :
    ajab-Image
    Date: May 21, 2022    Views: 3006

    କଟକ: ଖଚାଖଚ୍ ଭିଡ଼ରେ ଜମିବ ବାରବାଟି ଟି-୨୦ ମ୍ୟାଚ୍ । ଜୁନ୍ ପହିଲାରୁ ଟିକେଟ ବିକ୍ରି ହେବ । ଉଭୟ ଅଫଲାଇନ ଏବଂ ଅନଲାଇନ୍ରେ ଟିକେଟ୍ ବିକ୍ରି ହେବ । ଭୁବନେଶ୍ବର ଓ କଟକରେ ଖୋଲିବ ଦୁଇଟି ଲେଖାଏଁ କାଉଣ୍ଟର । ତେବେ ଏଥର ଟିକେଟ୍ ଦର ବଢିବ । ଜଣେ ଲୋକ ଦୁଇଟି ଟିକେଟ କିଣିପାରିବେ । ୪୪ ହଜାର ଲୋକ ଷ୍ଟାଡିୟମରେ ଖେଳ ଦେଖିପାରିବେ । ଜୁନ୍ ୧୨ରେ ବାରବାଟୀରେ ହେବାକୁ ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ପାଇଁ ଓସିଏର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

    ଏଥିରେ ଖେଳାଳିଙ୍କ ସୁରକ୍ଷା, ଟ୍ରାଫିକ୍, ପାର୍କିଂ ଭଳି ବ୍ୟବସ୍ଥାକୁ ନେଇ ଆଲୋଚନା ହୋଇଛି । ଜୁନ୍ ୧୦ରେ ଭୁବନେଶ୍ବର ପହଞ୍ଚିବେ ଖେଳାଳି । ସେଠାରୁ କଡାସୁରକ୍ଷା ମଧ୍ୟରେ ଖେଳାଳିଙ୍କୁ ତାରକା ହୋଟେଲ ନିଆଯିବ । ଏଥିସହ ମ୍ୟାଚ୍ ପୂର୍ବରୁ ଅଭ୍ୟାସ ପାଇଁ ଖେଳାଳି ବାରବାଟି ଷ୍ଟାଡିୟମର ଯିବା ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବ । ଓସିଏର ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ଏବଂ ପୋଲିସ କମିଶନ ସୋମେନ୍ଦ୍ର ପ୍ରିୟଦର୍ଶୀ ଉପସ୍ଥିତ ଥିଲେ ।

    Maximum 500 characters

    ତାଜା ଖବର View all

    Find Us on Facebook