Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ରାଜ୍ୟରେ ପ୍ରଥମଥର ଓଡ଼ିଶା ଓପନ ୨୦୨୨ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ

    Share on :
    ajab-Image
    Date: Jan 27, 2022    Views: 3710

    କଟକ: ରାଜ୍ୟରେ ପ୍ରଥମ ଥର ପାଇଁ ଅନୁଷ୍ଟିତ ହୋଇଛି ଓଡ଼ିଶା ଓପନ ୨୦୨୨ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ । କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମରେ ଚାଲିଛି ଓଡ଼ିଶା ଓପନ ସୁପର ୧୦୦ ଟୁର୍ଣ୍ଣାମେଣ୍ଟ। ବିଶ୍ଵସ୍ତରୀୟ ଏହି ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ୧୭ଟି ଦେଶର ପ୍ରାୟ ତିନି ଶହ ପ୍ରତିଯୋଗୀ ଭାଗ ନେଉଛନ୍ତି। ପ୍ରତିଯୋଗିତାରେ ଖେଳାଳିମାନେ ସେମାନଙ୍କର ବିଶ୍ୱ ର‍୍ୟାଙ୍କିଙ୍ଗ୍‌ ବଢାଇବାକୁ ଚାହିଁବେ। ତେଣୁ ଏହି ଟୁର୍ଣ୍ଣାମେଣ୍ଟ ବେଶ ଗୁରୁତ୍ୱ ବହନ କରୁଛି।

     ଖେଳ ହେଉଛି କଟକରେ। ଖେଳାଳି ରହୁଛନ୍ତି କିଟ୍‌ ପରିସରରେ। ସେମାନଙ୍କ ରହିବା ଓ ଖାଇବା ବ୍ୟବସ୍ଥା କିଟ୍‌ ତରଫରୁ କରଯାଉଛି। ଦୁଇ ଦିନ ହେବ କୋଭିଡ କଟକଣା ଭିତରେ କିଟ୍‌ରେ ଥିବା ଇଣ୍ଡୋର ଷ୍ଟାଡିମୟରେ ଖେଳାଳିମାନେ ଅଭ୍ୟାସ ଚଳାଇଛନ୍ତି। ଦକ୍ଷ କୋଚ୍‌ ସେମାନଙ୍କୁ ଟ୍ରେନିଂ ଦେଉଛନ୍ତି। ଖେଳାଳିଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଠିକ୍‌ ରୂପରେ ଯାଞ୍ଚ କରାଯାଉଛି। କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କ ନିର୍ଦ୍ଦେଶରେ ବାହାର ରାଜ୍ୟରୁ ଆସିଥିବା ସମସ୍ତ ଖେଳାଳିଙ୍କ ସୁବିଧା ଲାଗି ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି।

    ଓଡ଼ିଶା ଓପନ ସୁପର ୧୦୦ ବିଶ୍ଵସ୍ତରୀୟ ପ୍ରତିଯୋଗିତା। ଅତି କମରେ ୫୦ଟି ଦେଶର ଖେଳାଳି ଭାଗ ନେବା କଥା। କିନ୍ତୁ କୋଭିଡ ସଂକ୍ରମଣ ଭୟ ପାଇଁ ଅନେକ ଦେଶର ଖେଳାଳି ଭାଗ ନେଇ ପାରିନାହାନ୍ତି। ଏପରିକି ସାନିଆ ନେହଓ୍ଵାଲ ଓ ପରୁପାଲ୍ଲି କସ୍ୟପ୍‌ ଭଳି ଅନେକ ଖ୍ୟାତନାମା ଖେଳାଳି ପ୍ରତିଯୋଗୀତାରେ ଭାଗ ନେବାକୁ ଥିବା ବେଳେ ବିଭିନ୍ନ କାରଣ ପାଇଁ ସେମାନେ ମଧ୍ୟ ଏଥିରେ ଅଶଂଗ୍ରହଣ କରିପାରିନାହାଁନ୍ତି। ଓଡ଼ିଶାର ୪ ଜଣ ଖେଳାଳି ଏହି ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ଏଥିରେ କିଟ୍‌ରୁ ଦୁଇ ଜଣ ଛାତ୍ରୀ ଋତୁପର୍ଣ୍ଣା ପଣ୍ଡା ଓ ଶ୍ୱେତପର୍ଣ୍ଣା ପଣ୍ଡା ଭାଗ ନେଉଛନ୍ତି।

    Maximum 500 characters

    ଖେଳ ଖବର View all

    Find Us on Facebook