Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    କଟକରେ ଆଜିଠୁ ଓଡ଼ିଶା ଓପନ ବ୍ୟାଡ଼ମିଣ୍ଟନ ଚାମ୍ପିଅନସିପ, ଭାଗନେବେ ୧୮ଦେଶରୁ ୩୦୦ ଖେଳାଳୀ

    Share on :
    ajab-Image
    Date: Jan 25, 2022    Views: 3415

    କଟକ: କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମରେ ଆଜିଠୁ ଆରମ୍ଭ ହେବ ଓଡ଼ିଶା ଓପନ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ । ୩୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ୧୮ ଦେଶରୁ ତିନି ଶହ ଖେଳାଳି ଭାଗ ନେଉଛନ୍ତି । ଦୁଇ ଶହ ଅଫିସିଆଲ ଏହି ଟୁର୍ଣ୍ଣାମେଣ୍ଟରେ ଉପସ୍ଥିତ ରହିବେ । ଓଡିଶାର ପାଞ୍ଚ ଖେଳାଳି ଏଥିରେ ଭାଗ ନେଉଛନ୍ତି ।

    ଭୁବନେଶ୍ଵରରେ ଖେଳାଳିଙ୍କ ରହଣି ବ୍ୟବସ୍ଥା କରାଯାଇଥିବା ବେଳେ, ସେମାନେ କଡା ସୁରକ୍ଷା ବଳୟ ଭିତରେ ଆସି କଟକରେ ଖେଳିବେ । କୋଭିଡ କଟକଣା ପାଇଁ ବିନା ଦର୍ଶକରେ ବାୟୋ ବବଲରେ ମ୍ୟାଚ ଆୟୋଜନ ବ୍ୟବସ୍ଥାରେ ମ୍ୟାଚ ଖେଳାଯିବ । ଏଥିପାଇଁ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ପାଞ୍ଚଟି କୋର୍ଟ ପ୍ରସ୍ତୁତ ହୋଇଛି । ଏହି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଓଡିଶାରେ ଆୟୋଜିତ ହେଉଥିବାରୁ କମିଶନରେଟ ପୋଲିସ, ଜିଲ୍ଲା ପ୍ରଶାସନ ଓ କଟକ ମହାନଗର ନିଗମ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।

    Maximum 500 characters

    ଖେଳ ଖବର View all

    Find Us on Facebook