Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ହଇରାଣ କରିଦେଉଛି କି ଆଜମା ?

    Share on :
    ajab-Image
    Date: Jan 29, 2023    Views: 2891

    ଭୁବନେଶ୍ୱର: ଶୀତଦିନେ ଥଣ୍ଡାର ପ୍ରକୋପ ଯୋଗୁ ଆଜ୍‌ମା ରୋଗୀଙ୍କ ଅବସ୍ଥା ଅଧିକ ଖରାପ ହୋଇଯାଏ। ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥାଏ। ଅଳ୍ପ ପରିଶ୍ରମ କରିବା ମାତ୍ରେ ରୋଗୀ ଧଇଁସଇଁ ହୋଇଯାଆନ୍ତି। ଅଧିକ ଥଣ୍ଡା ହେବା ଦ୍ୱାରା ରୋଗର ପ୍ରକୋପ ମଧ୍ୟ ବଢ଼ିଥାଏ। ଏହି ରୋଗରୁ ଦୂରେଇ ରହିବାକୁ ହେଲେ ନିଜ ଖାଦ୍ୟପେୟ ପ୍ରତି ଅଧିକ ଯତ୍ନବାନ୍‌ ହେବାକୁ ପଡ଼ିଥାଏ। ଉକ୍ତ ରୋଗର କିଛି ଘରୋଇ ଉପଚାର ମଧ୍ୟ ରହିଛି। ଆସନ୍ତୁ ଜାଣିବା ସେସବୁ ବିଷୟରେ।

    – ଆଜ୍‌ମା ରୋଗୀମାନେ ଅଧିକ ପରିମାଣର ରସୁଣ ଓ ତୁଳସୀପତ୍ର ଖାଇବା ଉଚିତ, କାରଣ ଏହା ଦେହର ଥଣ୍ଡାକୁ କାଟିଥାଏ।
    – ରସୁଣ ପାଖୁଡ଼ାକୁ କ୍ଷୀରରେ ପକେଇ ଅଳ୍ପ ଫୁଟାଇ ପିଇବା ଦ୍ୱାରା ଥଣ୍ଡା ମଧ୍ୟ କମ୍‌ ହୋଇଥାଏ।
    – ମେଥିକୁ ପାଣିରେ ଭଲ ଭାବେ ଫୁଟାଇ ତାକୁ ପିଇପାରିବେ, ଯାହାଫଳରେ ଏହି ରୋଗରୁ ଉପଶମ ମିଳିଥାଏ।
    – ସୋରିଷ ତେଲକୁ ଗରମ କରି ଛାତିରେ ମାଲିସ କଲେ ଆରାମ ମିଳିଥାଏ। ନିଃଶ୍ୱାସପ୍ରଶ୍ୱାସ ନେବାରେ ସହାୟକ ହୋଇଥାଏ।
    – ଦୈନିକ ସକାଳେ ତୁଳସୀ ରସରେ ମହୁ ମିଶାଇ ପିଇଲେ ଏହି ରୋଗ ପ୍ରକୋପରୁ ଯଥାସମ୍ଭବ ଆରାମ ମିଳିଥାଏ।

    Maximum 500 characters

    ବିଶେଷ View all

    Find Us on Facebook