Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    କ’ଣ ଏ ଆଷ୍ଟ୍ରୋଏଡ଼, କାହିଁକି ଦେବ ପୃଥିବୀକୁ ଧକ୍କା?

    Share on :
    ajab-Image
    Date: Jan 28, 2022    Views: 2349

    ବୈଜ୍ଞାନିକ ମାନେ ଏବେ ବହୁତ ପାରଦର୍ଶିତା ଲାଭ କରିବାରେ ଲାଗିଛନ୍ତି । ସୌରମଣ୍ଡଳରେ କ’ଣ ଘଟୁଛି, କେମିତି ଘଟୁଛି, କାହିଁକି ଘଟୁଛି ଓ ଏହାକୁ କିପରି ରୋକାଯାଇପାରିବ ସେ ବିଷୟରେ ସଫଳତାର ସହ କାର୍ଯ୍ୟ କରୁଛନ୍ତି ଆମ ବୈଜ୍ଞାନିକ । ସମସ୍ତ ଗ୍ରହ ଉପଗ୍ରହ ଉପରେ ଥାଏ ଏମାନଙ୍କର କଡ଼ା ନଜର । ତେବେ ମଙ୍ଗଳ ଗ୍ରହକୁ ନେଇ ବୈଜ୍ଞାନିକ ମାନେ ଲଗାତାର ଗବେଷଣା କରିବାରେ ଲାଗିଛନ୍ତି ।  କିନ୍ତୁ ଏବେ ଏକ ବଡଖୁଲାସା କରାଯାଇଛି କି ମଙ୍ଗଳ ଗ୍ରହରେ ୬୦କୋଟି ବର୍ଷ ଯାଏଁ ଆଷ୍ଟ୍ରୋଏଡ ବର୍ଷା ହୋଇଥିଲା । ବୈଜ୍ଞାନିକଙ୍କର କହିବା କଥା କି ଏହି ସନ୍ଧାନ ପରେ ମଙ୍ଗଳ ଗ୍ରହର ଉତ୍ପତ୍ତି ବିଷୟରେ ପୁଣିଥରେ ଗବେଷଣା ଜରୁରୀ ଅଟେ । ଅଷ୍ଟ୍ରେଲିଆର କର୍ଟିନ ୟୁନିଭର୍ସିଟି ବୈଜ୍ଞାନିକ ଏହି ନୂଆ ରିସର୍ଚ୍ଚ କରିଛନ୍ତି ।

    ଯାହା କୁହାଯାଉଛି, ଆଷ୍ଟ୍ରଏଡର ବାରମ୍ବାର ବର୍ଷା ଫଳରେ ମଙ୍ଗଳ ଗ୍ରହରେ ଅନେକ ଗାତ ଦେଖିବାକୁ ମିଳେ । ଯାହା ଫଳରେ ଗ୍ରହର ସମୟ ବୟସ ଜଣାପଡେ । ଯଦି କୌଣସି ଗ୍ରହରେ ବେଶୀ ଗାତ ଦେଖିବାକୁ ମିଳେ ତେବେ ଏହାର ଉତ୍ପତ୍ତି ସମୟର ତଥ୍ୟ ମିଳିପାରେ । ତେବେ ଯାଞ୍ଚ କହୁଛି ଯେଉଁ ଗ୍ରହରେ ଯେତେ ଗାତ ସେହି ଗ୍ରହ କେତେ ପୁରୁଣା ତାହା ଜଣାପଡିଥାଏ । ତେବେ ଏଥିରେ ଥିବା ୫୨୧ଗାତ ମଧ୍ୟରେ ଡିଟେକ୍ସନ ଏଲଗୋରିଦମ ସାହାଯ୍ୟରେ ରିସର୍ଚ୍ଚ କରିବା ପରେ ଜଣାପଡିଥିଲା କି ଏହା ୨୦କିଲୋମିଟର ପ୍ରାୟ ଅଟେ । ଯଦିଓ ଏଥିରେ ଥିବା ୪୦ଗାତ ୬୦କୋଟି ବର୍ଷ ପୁରୁଣା । ଖୁଲାସା ହୋଇଛି କି ମଙ୍ଗଳ ଗ୍ରହରେ ୬୦କୋଟି ବର୍ଷ ଯାଏଁ ଗୋଟେ ପରେ ଗୋଟେ ଆଷ୍ଟ୍ରଏଡର ବର୍ଷା ହୋଇଥିଲା । ବୈଜ୍ଞାନିକଙ୍କର କହିବା କଥା ଏଲଗୋରିଦମରୁ ଏମାନଙ୍କର ପଡିବାର ସମୟ ଓ ସଂଖ୍ୟା ବିଷୟରେ ଜଣାପଡିବ ।

    ଏକଥା ମଧ୍ୟ ଜଣାପଡିଛି କି ମଙ୍ଗଳ ଗ୍ରହରେ ବାଜିବା ପୂର୍ବରୁ ହିଁ ଆଷ୍ଟ୍ରଏଡ କେତେ ଭାଗରେ ଅଲଗା ହୋଇଯାଇଥିଲେ । ଯାହା ଫଳରେ ଏଭଳି କେତେ ସ୍ଥାନରେ ଆଷ୍ଟ୍ରଏଡ ପଡିବାର ଆଶଙ୍କା ରହିଛି । ବୈଜ୍ଞାନିକ ଆଶା ରଖିଛନ୍ତି କି ଏହି କୌଶଳରେ ଚନ୍ଦ୍ରରେ ଥିବା ଗାତ ଗୁଡିକ ବିଷୟରେ ମଧ୍ୟ ତଥ୍ୟ ମିଳିପାରିବ । ତା ସହ ଚନ୍ଦ୍ରର ବିକାଶିତ ଦିଗ ସମ୍ପର୍କରେ ମଧ୍ୟ ବିଶେଷ ତଥ୍ୟ ହାସଲ କରାଯାଇପାରିବ ।
    ଏହି ଷ୍ଟଡିରେ ସାମିଲ ଥିବା ଏନ୍ଥନି ଲାଗେଲଙ୍କର କହିବା କଥା କି ଅର୍ଡୋଭିସିୟାନ ସ୍ପାଇକ ପିରିୟଡ ଉପରେ ପୁଣିଥରେ ଅନୁସନ୍ଧାନ ଆବଶ୍ୟକ । ଅଧିକାଂଶ ଗାତ ଅର୍ଡୋଭିସିଆନ ସ୍ପାଇକ ଅବଧିରେ ସୃଷ୍ଟି ହୋଇଥିବା ବିଶ୍ୱାସ କରାଯାଉଥିଲା । ଏହି ଅବଧି ପାଖାପାଖି ୪୭କୋଟି ବର୍ଷ ପୁରୁଣା ଅଟେ । ଏହି ଷ୍ଟଡିକୁ ଧ୍ୟାନରେ ରଖି ଅନ୍ୟଗ୍ରହ ମାନଙ୍କ ଉପରେ ମଧ୍ୟ ଅଧ୍ୟୟନର ଆବଶ୍ୟକତା ରହିଛି ।

    ଉଲକାପିଣ୍ଡ ଅଥବା କ୍ଷୁଦ୍ରଗ୍ରହକୁ ଆଷ୍ଟ୍ରୋଏଡ କୁହାଯାଏ । କୌଣସି ଗ୍ରହ ନିର୍ମାଣ ସମୟରେ ଛୋଟ ଛୋଟ ଖଣ୍ଡ ବାହାରି ଆସିଥାଏ ଏବଂ ତାହା ସୂର୍ଯ୍ୟ ଚାରିପାଖରେ ଘୁରିବୁଲେ । କେବେ କେବେ ଏହା ନିଜ କକ୍ଷରୁ ବାହାରକୁ ମଧ୍ୟ ଚାଲିଯାଇଥାଏ । ସାଧାରଣତ ଗ୍ରହମାନଙ୍କର କକ୍ଷରେ ଏହା ଜଳିଯାଇଥାଏ । କିନ୍ତୁ କେବେ କେବେ ବଡ ଆଷ୍ଟ୍ରୋଏଡ ମାନଙ୍କର ଗ୍ରହ ମାନଙ୍କ ସହ ଧକ୍କା ମଧ୍ୟ ହୋଇଥାଏ । ପୃଥିବୀସହ ମଧ୍ୟ କେତେଥର ଆଷ୍ଟ୍ରୋଏଡ ଧକ୍କକା ହୋଇସାରିଛି ଏବଂ ଆଗକୁ ଏହା ଭୟଭୀତ ବି କରୁଛି ।

    Maximum 500 characters

    ବିଶେଷ View all

    Find Us on Facebook