ମୁଖ୍ୟ ଖବର
ଭୁବନେଶ୍ୱର : ସ୍ମଲ ଇଣ୍ଡଷ୍ଟ୍ରି ଡେଭଲପମେଣ୍ଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ ପାଇଁ ପରୀକ୍ଷା ହେବ । ୧୦୦ଟି ପଦବୀ ପାଇଁ ପରୀକ୍ଷା ହେବାର ଥିବାବେଳେ ଆଡ଼ମିଟ କାର୍ଡ ୱେବସାଇଟରେ ଉପଲବ୍ଧ ହେଉଛି ।
ଯେଉଁ ଆଶାୟୀମାନେ ଏହି ପଦବୀ ପାଇଁ ଆବେଦନ କରିଛନ୍ତି ସେମାନେ ଏସଆଇଡ଼ିବିଆଇର ଅଫିସିଆଲ ୱେବସାଇଟରୁ ନିଜର ଆଡ଼ମିଟ କାର୍ଡ ଡାଉନଲୋଡ଼ କରିପାରିବେ । ଅଫିସିଆଲ ୱେବସାଇଟରେ କ୍ୟାରିୟର ବୋଲି ଉଲ୍ଲେଖିତ ଥିବା ଲିଙ୍କକୁ କ୍ଲିକ କଲେ ଆଡ଼ମିଟ କାର୍ଡ ମିଳିପାରିବ । ମାର୍ଚ୍ଚ ୪ରେ ଏହି ପରୀକ୍ଷା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ମୋଟା ଅଙ୍କର ଦରମା ଓ କ୍ୟାରିୟର ସୁଯୋଗ ଥିବାରୁ ବହୁ ଯୁବକ ଯୁବତୀ ଏହି ପରୀକ୍ଷା ଦେବା ପାଇଁ ଆବେଦନ କରିଛନ୍ତି ।
ଶହେଟି ପଦବୀ ମଧ୍ୟରୁ ୪୩ଟି ପଦବୀ ଅଣସଂରକ୍ଷିତ ରହିଛି । ଅବଶିଷ୍ଟ ପଦବୀଗୁଡ଼ିକ ମଧ୍ୟରୁ ୧୬ଟି ଏସସି ବର୍ଗଙ୍କ ପାଇଁ, ୭ଟି ପଦବୀ ଏସଟି ବର୍ଗଙ୍କ ପାଇଁ ୨୪ଟି ପଦବୀ ଓବିସି ବର୍ଗ ନିମନ୍ତେ ଉଦ୍ଦିଷ୍ଟ ଥିବାବେଳେ ୧୦ଟି ପଦବୀ ଇଡବ୍ଲ୍ୟୁଏସ ବର୍ଗଙ୍କ ନିମନ୍ତେ ସଂରକ୍ଷିତ ରହିଛି ।
Comments ସମସ୍ତ ମତାମତ