ମୁଖ୍ୟ ଖବର
ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ ୫ବର୍ଷରେ ରାଜ୍ୟରେ ମୋଟ୍ ୩୦ଲକ୍ଷ ୮ହଜାର ୩୮୩ ପ୍ରସବ ହୋଇଛି । ସେଥିରୁ ସରକାରୀ ହସ୍ପିଟାଲରେ ସର୍ବାଧିକ ୨୩ଲକ୍ଷ ୬୯ହଜାରରୁ ଅଧିକ ପ୍ରସବ ହୋଇଛି । ଏହାସହିତ ସରକାରୀ ହସ୍ପିଟାଲରେ ୧୯ଲକ୍ଷ ୫୯ହଜାର ୯୧୮ନର୍ମାଲ ଡେଲିଭରୀ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା.ମୁକେଶ ମହାଲିଙ୍ଗ ଗୃହରେ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ୪ଲକ୍ଷ ୯ହଜାର ୭୧୮ ସିଜେରିଆନ ଡେଲିଭରି ହୋଇଛି । ସେଥିରୁ ଘରୋଇ ହସ୍ପିଟାଲରେ ୧ଲକ୍ଷ ୪୮ହଜାର ୨୪୨ନର୍ମାଲ ଡେଲିଭରୀ ହୋଇଛି । ୪ଲକ୍ଷ ୯୦ହଜାର ୫୦୫ ସିଜେରିଆନ ଡେଲିଭରୀ ହୋଇଛି । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।
Comments ସମସ୍ତ ମତାମତ