ମୁଖ୍ୟ ଖବର
ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ ବୃଦ୍ଧି ହେବ ପେନସନ । ଆଜି ଏନେଇ ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ବିଲ ଉପସ୍ଥାପନ କରିବେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏଥିରେ ବିଧାୟକ, ମନ୍ତ୍ରୀ, ବାଚସ୍ପତି, ଉପବାଚସ୍ପତି, ପୂର୍ବତନ ବିଧାୟକଙ୍କ ଦରମା ଓ ପେନସନ ବଢିବାର ବ୍ୟବସ୍ଥା କରାଯାଇଛି । ସେହିପରି ଆଜି ବିଧାନସଭାରେ ବନ୍ଦେ ମାତରମ ସଙ୍ଗୀତକୁ ନେଇ ସଂକଳ୍ପ ଆଣିବେ ସରକାର । ତେବେ ଏହା ପୂର୍ବରୁ ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କ ଦରମା ଓ ପେନସନ ବୃଦ୍ଧି କରିବାକୁ ଉଭୟ ଶାସକ ଓ ବିରୋଧୀଙ୍କ ସ୍ୱର ଏକ ହୋଇଥିଲା ।
Comments ସମସ୍ତ ମତାମତ