Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ମନ୍ତ୍ରୀଙ୍କ କ୍ୱାର୍ଟର ମରାମତି ଖର୍ଚ୍ଚରେ ଆଗରେ ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: Dec 8, 2025    Views: 3440

      ଭୁବନେଶ୍ଵର : ନୂଆ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ମରାମତିରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ? ବିଧାନସଭାରେ ଖୋଦ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସିଏମ୍ କହିଛନ୍ତି ଯେ, ସରକାରୀ ବାସଭବନ ମରାମତିରେ ୫୦ ଲକ୍ଷ ୧୦ ହଜାର ୮୭୧ ଟଙ୍କା ଖର୍ଚ୍ଚ ହୋଇଛି। ଅନ୍ୟ ଏକ ସରକାରୀ ବାସଭବନ ମରାମତିରେ ୨୩ ଲକ୍ଷ ୪୭ ହଜାର ୪୮୭ ଟଙ୍କା ଖର୍ଚ୍ଚ ହୋଇଛି।

    ସେହିପରି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ସରକାରୀ ବାସଭବନ ମରାମତିରେ ୨୮ ଲକ୍ଷ ୨୧ ହଜାର ୨୩୦ ଟଙ୍କା ଖର୍ଚ୍ଚ ହୋଇଛି। ଏହା ପରେ ଜଙ୍ଗଲ ପରିବେଶ ମନ୍ତ୍ରୀଙ୍କ ବାସଭବନରେ ୨୫ ଲକ୍ଷ ୭୪ ହଜାର ୬୭୨ ଟଙ୍କା ଖର୍ଚ୍ଚ ହୋଇଛି। ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନରେ ୨୫ ଲକ୍ଷ ୭୨ ହଜାର ୫୧୭ ଟଙ୍କା ଖର୍ଚ୍ଚ ହୋଇଛି। ନିଜ ସରକାରୀ ବାସଭବନରେ ସବୁଠାରୁ କମ୍ ଖର୍ଚ୍ଚ କରିଥିବା ମନ୍ତ୍ରୀ ହେଉଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ବିଧାୟକ ଗୌତମ ବୁଧ ଦାସଙ୍କ ପ୍ରଶ୍ନରେ ଗୃହରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

    Maximum 500 characters

    ତାଜା ଖବର View all

    Find Us on Facebook