Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିବା ଅଭିଯୋଗର ୯୧% ସମାଧାନ ହୋଇଛି: ଆଇନ ମନ୍ତ୍ରୀ

    Share on :
    ajab-Image
    Date: Dec 8, 2025    Views: 3506

    ଭୁବନେଶ୍ୱର; ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହୋଇଥିବା ଅଭିଯୋଗର ୯୧% ସମାଧାନ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ୧୩,୩୫୮ଟି ଅଭିଯୋଗ ଆସିଛି । ଯେଉଁଥିରୁ ୧୨, ୪୩୨ ଅଭିଯୋଗର ସମାଧାନ ହୋଇ ସାରିଛି ବୋଲି ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ସ୍ଥାନରେ ଉତ୍ତର ରଖି ତଥ୍ୟ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।ପୂର୍ବରୁ ଅଫିସର ରାଜ ଚାଲୁଥିବାରୁ ଗ୍ରାଉଣ୍ଡ ସ୍ତରରେ ବ୍ଲକକୁ ଆସୁଥିବା ଲୋକଙ୍କ ଅଭିଯୋଗ ସମାଧାନ ହେଉ ନ ଥିଲା । ତେଣୁ ସେଗୁଡିକ ସମାଧାନ ପାଇଁ କଣ ପଦକ୍ଷେପ ନିଆ ଯାଇଛି ଓ କିଛି ସମୟ ସୀମା ନିର୍ଦ୍ଧାରିତ ଅଛି କି ବୋଲି ପ୍ରଶ୍ନ କରିଥିଲେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ । ଯାହାର ଉତ୍ତର ରଖିଆଇନ୍ ମନ୍ତ୍ରୀ  ଆଇନ ମନ୍ତ୍ରୀ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ମୋଟ୍ ୧୩,୩୫୮ଟି ଅଭିଯୋଗ ଆସିଛି । ଯେଉଁଥିରୁ ୧୨, ୪୩୨ ଅଭିଯୋଗର ସମାଧାନ ହୋଇ ସାରିଛି । ଜିଲ୍ଲା, ଉପଖଣ୍ଡ ଓ ତହସିଲ ସ୍ତରରେ ବି ପ୍ରତି ସୋମବାର ଅଭିଯୋଗ ଶୁଣାଣି କାର୍ୟ୍ୟକ୍ରମ ଚାଲୁଛି । ମୁଖ୍ୟ ଶାସନ ସଚିବ ଓ ବିଭିନ୍ନ ନିର୍ଦ୍ଦେଶାଳୟ ସହ ଅନଲାଇନ ପୋର୍ଟାଲ ମାଧ୍ୟମରେ ବି ଅଭିଯୋଗ ରେଜିଷ୍ଟ୍ରେସନ କରାଯାଉଛି । ପୂର୍ବରୁ ୨୦୦୮ରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିଥିଲେ ବି ପୂର୍ବ ସରକାର ସମୟରେ ଏହା ହେଉ ନ ଥିଲା ।
    ଆଇନ ମନ୍ତ୍ରୀ ଆହୁରି କହିଛନ୍ତି, '' ୧୪ ଲକ୍ଷ ୪୧ ହଜାର ୮୩୨ଟି ଅଭିଯୋଗ ଜନଶୁଣାଣି ପୋର୍ଟାଲରେ ରେଜିଷ୍ଟ୍ରେସନ ହୋଇଛି । ଏଥିରୁ ୧୩ ଲକ୍ଷ ୭ ହଜାର ୨୫୩ଟି ଅଭିଯୋଗର ସମାଧାନ ହୋଇଛି । ବାକି ଥିବା ୧ ଲକ୍ଷ ୩୪ ହଜାର ୫୭୯ଟି ଅଭିଯୋଗ ମଧ୍ୟରୁ ଅଧିକାଂଶ ଜଟିଳ ଅଛି ।  ଏହାର ସମାଧାନ ପାଇଁ ବିଭିନ୍ନ ଦିଗ ଉପରେ ବିଚାର ଚାଲିଛି ।''

    Maximum 500 characters

    ତାଜା ଖବର View all

    Find Us on Facebook