Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ରାଜ୍ୟରେ ଖାଲି ପଡିଛି ୧୦୦ ବିଇଓ ପଦବୀ

    Share on :
    ajab-Image
    Date: Dec 6, 2025    Views: 2950

    ଭୁବନେଶ୍ବର: ବିନା ମୁରବିରେ ଚାଲିଛି ସ୍କୁଲ। ରାଜ୍ୟରେ ଖାଲି ପଡିଛି ୧୦୦ ବିଇଓ ପଦବୀ। ସର୍ବାଧିକ ମୟୁରଭଞ୍ଜ ଜିଲ୍ଲାର ୯ ବ୍ଲକରେ ପଦବୀ ଖାଲି ପଡିଛି।ସେହିଭଳି ଜଗତସିଂହପୁର, କୋରାପୁଟ, ରାୟଗଡ଼ା ଜିଲ୍ଲାର ୭ ବ୍ଲକ୍, ବାଲେଶ୍ୱର ଜିଲ୍ଲାର ୬ ବ୍ଲକ୍, ଅନୁଗୋଳ, କନ୍ଧମାଳ, ଗଞ୍ଜାମ, ସମ୍ବଲପୁର ଜିଲ୍ଲାର ୫ ବ୍ଲକ୍, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ, ଭଦ୍ରକ ଜିଲ୍ଲାର ୪ ବ୍ଲକ୍, ଢେଙ୍କାନାଳ, କେନ୍ଦୁଝର, ନବରଙ୍ଗପୁର, ନୟାଗଡ଼, ସୋନପୁର ଜିଲ୍ଲାର ୩ ବ୍ଲକ୍, ବଲାଙ୍ଗିର, କଟକ, ଖୋର୍ଦ୍ଧା, ମାଲକାନଗିରି, ସୁନ୍ଦରଗଡ଼ ଜିଲ୍ଲାର ୨ ବ୍ଲକ୍, ବରଗଡ଼, ଦେବଗଡ଼, ଗଜପତି ଜିଲ୍ଲାର ଗୋଟିଏ ବ୍ଲକ୍ରେ ପଦବୀ ଖାଲି ପଡିଛି।  ଏ ନେଇ ବିଧାନସଭାରେ ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ପ୍ରଶ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତରରଖିଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook