Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

OTHER EXAM

ମୁଖ୍ୟ ଖବର

    କାଲି ଏଏସବିଏମ-ଏମବିଏ ପ୍ରବେଶିକା ପରୀକ୍ଷା

    Share on :
    ajab-Image
    Date: Jun 4, 2022    Views: 5068

    ଭୁବନେଶ୍ୱର: ଏଏସବିଏମ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ ବିଜିନେସ ଅଧୀନରେ ଏମବିଏ ପାଠ୍ୟକ୍ରମ ପାଇଁ ପାଞ୍ଚ ତାରିଖ ରବିବାର ଦିନ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଏହାକୁ ଛାତ୍ରଛାତ୍ରୀମାନେ ଅନଲାଇନ ମାଧ୍ୟମରେ ଦେଇପାରିବେ । ଯେଉଁ ବିଦ୍ୟାର୍ଥୀମାନେ ଏଏସବିଏମ ବିଶ୍ୱବିଦ୍ୟାଳୟରୁ ଏମବିଏ କରିବାକୁ ଇଚ୍ଛୁକ କିନ୍ତୁ ଜାତୀୟସ୍ତରରେ କ୍ୟାଟ, ମ୍ୟାଟ, ଜ୍ୟାଟ ଇତ୍ୟାଦି ପରୀକ୍ଷା ଦେଇ ନାହାନ୍ତି, ସେମାନେ ଏହି ପ୍ରବେଶିକା ପରୀକ୍ଷା ଦେଇ ଏମବିଏ ଏମବିଏ-ଏଗ୍ରି ବିଜିନେସରେ ନାମ ଲେଖାଇ ପାରିବେ ।

    ଏହି ପରୀକ୍ଷା ପାଇଁ କୌଣସି ପ୍ରବେଶିକା ଶୁଳ୍କ ଦେବାକୁ ପଡ଼ିବ ନାହିଁ ଓ ଅନୁଷ୍ଠାନର ୱେବସାଇଟ ଜରିଆରେ ଛାତ୍ରଛାତ୍ରୀ ପଞ୍ଜୀକରଣ କରାଇପାରିବେ ବୋଲି କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି ।  

    Maximum 500 characters

    OTHER EXAM View all

    Find Us on Facebook