Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଅରବିନ୍ଦ କେଜରିୱାଲଙ୍କୁ ଜାମିନ

    Share on :
    ajab-Image
    Date: Oct 26, 2021    Views: 3338

    ନୂଆଦିଲ୍ଲୀ: ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ସମ୍ପର୍କିତ ଦୁଇଟି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଆପ) ଆବାହକ ଅରବିନ୍ଦ କେଜରିୱାଲଙ୍କୁ ସ୍ୱତନ୍ତ୍ର ଅଦାଲତ ଜାମିନ ପ୍ରଦାନ କରିଛନ୍ତି । ୨୦୧୪ ଲୋକସଭା ନିର୍ବାଚନ ସମୟରେ ସାମ୍ପ୍ରଦାୟିକ ସଦଭାବ ନଷ୍ଟ କରିବା ଓ ଅନ୍ୟ ନିର୍ବାଚନ ଅପରାଧକୁ ନେଇ କେଜରିୱାଲଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ ହୋଇଥିଲା । ମାମଲା ଆଧାରରେ ଜନପ୍ରତିନିଧିଙ୍କୁ ମାମଲାର ବିଚାର ଲାଗି ଉଦ୍ଧିଷ୍ଟ ସ୍ୱତନ୍ତ୍ର ଅଦାଲତ ତାଙ୍କୁ ସମନ ଜାରି କରିଥିଳେ । ସମନ ବିରୋଧରେ ପୂର୍ବରୁ କେଜରିୱାଲ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । ସର୍ବୋଚ୍ଚ ଅଦାଲତ ତାଙ୍କୁ ବ୍ୟକ୍ତିଗତ ଉପସ୍ଥିତିରୁ ଆଶ୍ୱସ୍ତି ଦେଇଥିଲେ । ଫଳରେ କେଜରିୱାଲଙ୍କ ପକ୍ଷରୁ ତାଙ୍କର ଓକିଲ ମଦନ ସିଂହ ଅଦାଲତରେ ଉପସ୍ଥିତ ରହିଥିଲେ । ଅଦାଲତରେ କେଜରିୱାଲ ଜାମିନ ଆବେଦନ କରିଥିବା ବେଳେ ଏହାକୁ ଅନୁମୋଦନ କରାଯାଇଥିଲା ।  ନଭେମ୍ବର ୩୦ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ।

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook