Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଅପରାଜିତାଙ୍କ ଇନଷ୍ଟାଗ୍ରାମ ହ୍ୟାକ କଲେ ପାକିସ୍ତାନୀ

    Share on :
    ajab-Image
    Date: May 21, 2022    Views: 3228

    ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଇନଷ୍ଟାଗ୍ରାମ ଆକାଉଂଟକୁ ପାକିସ୍ତାନର ଜଣେ ଯୁବକ ହ୍ୟାକ କରିଦେଇଥିଲେ  । ତଦନ୍ତ ପରେ ଏହା ସ୍ପଷ୍ଟ ହୋଇଛି  । ଏବେ ଅପରାଜିତାଙ୍କ ଇନଷ୍ଟା ଆକାଉଂଟ ସଚଳ ହୋଇଥିଲେବି ଏଥିରେ ବୈଷୟିକ ତ୍ରୁଟି ପରିଲକ୍ଷିତ ହୋଇଛି  ।

    ମିଳିଥିବା ସୂଚନା ଅନୁଯାୟୀ, ଗତ ମେ’ ୧୮ରେ ତାଙ୍କର ଇନଷ୍ଟାଗ୍ରାମ ଆକାଉଂଟ ହ୍ୟାକ ହୋଇଯାଇଥିଲା  । ହ୍ୟାକ କରିବା ପରେ ହ୍ୟାକର ସେଥିରେ କେତେକ ତଥ୍ୟ ବଦଳାଇ ଦେଇଥିଲେ  । ପ୍ରୋଫାଇଲରେ ପଲିଟିସିଆନ ବଦଳରେ କଳାକାର ବୋଲି ଉଲ୍ଲେଖ କରାଯାଇଥିଲା  । ଏସମ୍ପର୍କରେ ଅପରାଜିତା ନିଜ ବନ୍ଧୁଙ୍କ ଜରିଆରେ ଜାଣିବା ପରେ ଦିଲ୍ଲୀ ଆଇଟି ଅଫିସରେ ଅଭିଯୋଗ କରିଥିଲେ  ।  ଆଇଟି ବିଶେଷଜ୍ଞମାନେ ୨୪ ଘଂଟା ଭିତରେ ହ୍ୟାକର କବଳରୁ ଆକାଉଂଟକୁ ମୁକ୍ତ କରିଥିଲେ  । ପରେ ଏହା ପାକିସ୍ତାନର ହ୍ୟାକରଙ୍କ କାରନାମା ବୋଲି ଜଣାପଡ଼ିଥିଲା  । ସାଂସଦଙ୍କ ଆକାଉଂଟ ରିକଭରି ହୋଇଥିଲେବି ଏହାର ଭେରିଫାଏଡ଼ କ୍ଲିକ ଦେଖାଉନଥିବାବେଳେ ଫେସବୁକରେ ଭିଡ଼ିଓ ଅପଲୋଡ଼ ହେଉନଥିବା ଜଣାପଡ଼ିଛି  ।

    Maximum 500 characters

    ତାଜା ଖବର View all

    Find Us on Facebook