Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ରିପୋର୍ଟ କାର୍ଡ ଦେଲେ ସାଂସଦ ଅପରାଜିତା

    Share on :
    ajab-Image
    Date: Jun 26, 2022    Views: 5225

    ଭୁବନେଶ୍ୱର: ଆଇଏଏସରୁ ଭୁବନେଶ୍ୱର ସାଂସଦ ପାଲଟିଥିବା ଅପରାଜିତା ଷଡ଼ଙ୍ଗୀ ନିଜର ବାର୍ଷିକ ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି । କ୍ରମାଗତ ୩ବର୍ଷ ଧରି ଶ୍ରୀମତୀ ଷଡ଼ଙ୍ଗୀ ସାଂସଦ ଭାବେ ନିଜ ନିର୍ବାଚନମଣ୍ଡଳୀ ପାଇଁ କରିଥିବା କାର୍ୟ୍ୟର ହିସାବ ଦେଇ ଆସୁଛନ୍ତି ।
    ଏକ ସାମ୍ବାଦିକ ସମ୍ମିଳନୀରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଗତ ଏକବର୍ଷ ଧରି ତାଙ୍କ ନିର୍ବାଚନମଣ୍ଡଳୀରେ କରିଥିବା କାର୍ୟ୍ୟ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଭୁବନେଶ୍ୱର ମହାନଗର ନିଗମର ୪ ନମ୍ବର ୱାର୍ଡରେ ୬ଟି ପ୍ରମୁଖ ଡ୍ରେନ୍ ନିର୍ମାଣ କରାଯାଇଛି । ଏଥିପାଇଁ ୧୦.୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ସହରରେ ଡ୍ରେନେଜ୍ ଏକ ପ୍ରମୁଖ ସମସ୍ୟା ହୋଇଥିବାବେଳେ ଏହି ଡ୍ରେନ୍ ନିର୍ମାଣ ଦ୍ୱାରା ଜଳ ନିଷ୍କାସନ ସମସ୍ୟା ସମ୍ପୃକ୍ତ ଅଂଚଳରେ ଦୂର ହୋଇପାରିବ ବୋଲି ଆଶା । ସେ ତାଙ୍କ ନିର୍ବାଚନମଣ୍ଡଳୀରେ ଡ୍ରେନେଜ ସମସ୍ୟା, ପରିଚ୍ଛନ୍ନତା, ରାସ୍ତା, ଜଳସେଚନ, ପାନୀୟ ଜଳ ଯୋଗାଣ ସମସ୍ୟା ଆଦି ସମେତ ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟ ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି । ଆଉ ସାଧାରଣ ଲୋକଙ୍କ ଆପତ୍ତି-ଅଭିଯୋଗ ଶୁଣି ତା’ର ସମାଧାନ ପାଇଁ ପଦକ୍ଷେପ ନେବା ସହ ସାଧାରଣ ଲୋକଙ୍କ ପାଖରେ ପହଂଚିବାକୁ ପ୍ରୟାସ ଜାରି ରଖିଛନ୍ତି ।

    ସାଂସଦ ପାଣ୍ଠିରୁ ସେ ତାଙ୍କ ନିର୍ବାଚନମଣ୍ଡଳୀରେ ଏକ ହଜାର ସୌର ଲାଇଟ୍ ସ୍ଥାପନ କରିଛନ୍ତି । ସେହିପରି ସାଂସଦ ପାଣ୍ଠିରୁ ୧୧୪୩ଟି ମଞ୍ଜୁରୀପ୍ରାପ୍ତ ପ୍ରୋଜେକ୍ଟରୁ ଏପର୍ୟ୍ୟନ୍ତ ୧୦୩୬ଟି ପ୍ରକଳ୍ପ କାର୍ୟ୍ୟ ଶେଷ ହୋଇସାରିଛି । ବାକି ପ୍ରକଳ୍ପ କାର୍ୟ୍ୟ ଏବେ ଜାରି ରହିଛି ଓ ଖୁବଶୀଘ୍ର ଶେଷ ହେବ ।ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଙ୍କ ନିର୍ବାଚନମଣ୍ଡଳୀରେ ଏପର୍ୟ୍ୟନ୍ତ ୩୯୦୯ଟି ଗୃହ ମଞ୍ଜୁର ହୋଇଛି । ସେଥିରୁ ୩୫୭୪ଟି ଗୃହ ନିର୍ମାଣ ସରିଛି । ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ୩୧୧ କିମି ରାସ୍ତା ନିର୍ମାଣ ହୋଇ ଗାଁକୁ ସଡ଼କ ସଂଯୋଗ ହୋଇପାରିଛି ।ତାଙ୍କ ନିର୍ବାଚନମଣ୍ଡଳୀର ୬ଟି ବ୍ଲକରେ ୧୩ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୬.୦୨କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସେହିପରି ତାଙ୍କ ନିର୍ବାଚନ ମଣ୍ଡଳୀରେ ୬୪୦୦କୋଟି ଟଙ୍କାର ୪୩ଟି ପ୍ରକଳ୍ପ କାର୍ୟ୍ୟ ହାତକୁ ନେବା ପାଇଁ ସେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିଛନ୍ତି । ଗ୍ରାମ୍ୟ ପାନୀୟ ଜଳଯୋଗାଣ, ଜଳସେଚନ ପ୍ରକଳ୍ପ ଆଦି ଦିଗରେ ମଧ୍ୟ ସେ ସରକାରୀ ବିଭାଗଗୁଡ଼ିକ ସହ ନିମୟିତ ଯୋଗାଯୋଗରେ ରହିଛନ୍ତି।

    Maximum 500 characters

    ରାଜନୀତି View all

    Find Us on Facebook