Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    କଂଗ୍ରେସର କଟା ଘା ରେ ଚୁନା ଲଗାଇଲେ ଅପରାଜିତା, ଏମିତି କହିଲେ

    Share on :
    ajab-Image
    Date: Mar 11, 2022    Views: 6571

    ଭୁବନେଶ୍ୱର: ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଥିବା ପାଞ୍ଚ ରାଜ୍ୟରୁ ୪ ରାଜ୍ୟରେ ବିଜେପି ଜବରଦସ୍ତ ବିଜୟ ହାସଲ କରିଛି । ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ମଣିପୁରରେ ଦଳ ପୁର୍ଣ୍ଣ ବହୁମତ ପାଇଥିବା ବେଳେ ଗୋଆରେ ସରକାର ଗଠନ କରିବା ପାଇଁ ଅଳ୍ପକେ ପଛରେ ରହିଯାଇଥିଲେ ବି ସ୍ୱାଧୀନ ବିଧାୟକ ବିଜେପିକୁ ସମର୍ଥନ କରିବେ ବୋଲି ସୂଚନା ମିଳିଛି ।  ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନରେ କଂଗ୍ରେସ ବଡ଼ ବିଫଳତାର ସମ୍ମୁଖୀନ ହୋଇଛି । ଉତ୍ତରପ୍ରଦେଶର ରାଜନୈତିକ ଇତିହାସରେ ସବୁଠାରୁ ବଡ଼ ପରାଜୟର ସମ୍ମୁଖୀନ ହୋଇଛି କଂଗ୍ରେସ । ଗତ ନିର୍ବାଚନରେ ମଧ୍ୟ ଏଠାରେ କଂଗ୍ରେସ ଭଲ ପ୍ରଦର୍ଶନ କରିନଥିଲା । ଚଳିତ ନର୍ବାଚନକୁ ଦୃଷ୍ଟିରେ ରଖି ପ୍ରିୟଙ୍କା ଗାନ୍ଧୀ ରାଜନୀତି ମୈଦାନକୁ ଓହ୍ଲାଇଥିଲେ । ହାଥ୍ରାସ୍ ଓ ଉନ୍ନାଓ ମାମଲାକୁ କଂଗ୍ରେସ ମୁଦ୍ଦା କରିଥିବା ବେଳେ ତାର କୌଣସି ପ୍ରଭାବ ବିଜେପି ଉପରେ ପଡ଼ିନାହିଁ । କଂଗ୍ରେସ କେବଳ ରାଜ୍ୟରେ ଆସନ ସଂଖ୍ୟା ହ୍ରାସ କରିନାହିଁ, ବରଂ ଭୋଟରେ ମଧ୍ୟ ହ୍ରାସ ଘଟିଛି । ୨୦୧୭ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ୬.୨୫ ପ୍ରତିଶତ ଭୋଟ୍ ପାଇଛି । ତା’ପରେ ସମାଜବାଦୀ ପାର୍ଟି ସହ ମିଳିତ ଭାବେ କଂଗ୍ରେସ ନିର୍ବାଚନରେ ପ୍ରବେଶ କରିଥିଲା । ଚଳିତଥର କଂଗ୍ରେସ ଏକଲା ଚାଲୋ ରଣନୀତି ଆପଣାଇ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲା । ହେଲେ ଲୋକ ମାନେ କଂଗ୍ରେସ ଉପରେ ଆସ୍ଥା ପ୍ରକାଶ କରିପାରିନଥିବା ଦେଖିବାକୁ ମିଳିଛି । 
    ଚାରି ରାଜ୍ୟରେ  ସଫଳତା ପରେ ସାରା ଦେଶରେ ବିଜେପି କର୍ମୀ ଏବଂ ସମର୍ଥକମାନେ ବେଶ ଉତ୍ସାହିତ ଦେଖାଯାଉଛନ୍ତି । ତେବେ ପଞ୍ଜାବକୁ ଛାଡ଼ି ଦଳ ଅନ୍ୟ ରାଜ୍ୟରେ ଆଶାନ୍ୱିତ ପ୍ରଦର୍ଶନ କରିଛି । କିନ୍ତୁ ଭାରତର ସବୁଠୁ ପୁରୁଣା ଦଳ କଂଗ୍ରେସ ଏହି ସମସ୍ତ ୫ ରାଜ୍ୟରେ ଅମାନତ ହାରିଛି ।। ବିଜେପିର ଏହି ବିଜୟ ପରେ ଭୁବନେଶ୍ୱର ସାଂସଦ ଅପରାଜିତା ସଡଙ୍ଗୀ କଂଗ୍ରେସର କଟା ଘା ରେ ଚୁନା ଲଗାଇଛନ୍ତି । 

    ଅପରାଜିତା ଏକ ଟ୍ୱିଟ୍ କରି କଂଗ୍ରେସକୁ କଟାକ୍ଷ କରିଛନ୍ତି । ସେ ପୁର୍ବତ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ କହିଥିବା ଏକ କଥାକୁ ମନେ ପକାଇ ଦେଇଥିଲେ । ୧୯୯୭ ରେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଅନାସ୍ତା ଭୋଟରେ କେବଳ ଗୋଟିଏ ଭୋଟ୍ ପାଇଁ ହାରି ଯାଇଥିଲା । ସେହି ସମୟରେ ବାଜପେୟୀ କହିଥିଲେ ଯେ“ଆଜି କଂଗ୍ରେସ ଆମକୁ ଦେଖି ହସୁଛନ୍ତି କାରଣ ଆମର ସିଟ୍ କମ୍ ଅଛି, କିନ୍ତୁ ଦିନେ ସମଗ୍ର ଦେଶ କଂଗ୍ରେସକୁ ଉପହାସ କରିବେ।”

    ବାସ୍ତବରେ ଦୂରଦୃଷ୍ଟିସମ୍ପନ୍ନ ନେତା ଅଟଳ ବିହାରୀ ବାଜପେୟୀଙ୍କ ଭବିଷ୍ୟବାଣୀ ପ୍ରାୟ ସତ ହୋଇଛି । ଗତକାଲି ୪ ରାଜ୍ୟରେ ବିଜୟ ପରେ ଆନନ୍ଦିତ ହୋଇ ଆପାରାଜିତା ବାଜପେୟୀଙ୍କ ଭବିଷ୍ୟବାଣୀକୁ ମନେ ପକାଇ ଟ୍ୱିଟରରେ ନିଜର ଭାବନା ପ୍ରକାଶ କରିଥିଲେ। ସେ ଲେଖିଥିଲେ ଆଜି ତାଙ୍କ କଥା ସତ୍ୟ ହୋଇଛି। ” ଅପରାଜିତା ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ହିନ୍ଦୀ ଖବରକାଗଜର ଏକ ଫଟୋ ପୋଷ୍ଟ କରି ଲେଖିଥିଲେ ବାଜପେୟୀଙ୍କ ଭବିଷ୍ୟବାଣୀ ଆଜି ସତ୍ୟ ହୋଇଛି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook