Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଏଣିକି ଆଣ୍ଟି ରାଗିଂ ଅଣ୍ଡରଟେକିଂ ଦାଖଲ କରିବେ ଅଭିଭାବକ

    Share on :
    ajab-Image
    Date: Aug 4, 2022    Views: 3883

    ଭୁବନେଶ୍ୱର: ଏଣିକି ରାଗିଂ କଲେ ମିଳିବ ଦଣ୍ଡ । ଶିକ୍ଷାନୁଷ୍ଠାନ ଗୁଡ଼ିକରେ ରାଗିଂ ରୋକିବାକୁ କଠୋର ହୋଇଛନ୍ତି ରାଜ୍ୟ ସରକାର । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଗିଂକୁ ରୋକିବା ପଇଁ କଡ଼ା ନିୟମ କରାଯାଇଛି । କୌଣସି ଶିକ୍ଷାନୁଷ୍ଠାନର ଛାତ୍ର କିମ୍ବା ଛାତ୍ରୀ ଯଦି ରାଗିଂରେ ସମ୍ପୃକ୍ତ ଥିବା ଜଣାପଡ଼ନ୍ତି, ତାହେଲେ ସେମାନଙ୍କ ବିରୋଧରେ ଥାନାରେ ଏତଲା ଦିଆଯିବ । ଏନେଇ ଉଚ୍ଚଶିକ୍ଷା ବିଭାଗ ଅଧୀନ ସମସ୍ତ କଲେଜ ଅଧ୍ୟକ୍ଷ ଓ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

    ରାଗିଂ ଉପରେ ନଜର ରଖିବା ପାଇଁ ତ୍ରିସ୍ତରୀୟ କମିଟି ଗଠନ କରାଯିବ । ରାଜ୍ୟ, ଜିଲ୍ଲା ଓ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଗଠିତ ହେବାକୁ ଥିବା ଏହି କମିଟି କୌଣସି ସମୟରେ ଶିକ୍ଷାନୁଷ୍ଠାନ ଗସ୍ତ କରି ସେଠାକାର ସ୍ଥିତି ଯାଞ୍ଚ କରିବେ । ଏହି କମିଟିରେ ୩ରୁ ୪ ଜଣ ଅଧ୍ୟାପକ ରହିବେ । ସେହିପରି ଶିକ୍ଷାବର୍ଷ ଆରମ୍ଭରେ ଛାତ୍ରଛାତ୍ରୀଙ୍କ ଅଭିଭାବକ ୟୁଜିସି ପକ୍ଷରୁ ଜାରି ଅଫିସିଆଲ ୱେବସାଇଟରେ ଆଣ୍ଟି ରାଗିଂ ଅଣ୍ଡରଟେକିଂ ଦାଖଲ କରିବେ । ଶିକ୍ଷାବର୍ଷ ଆରମ୍ଭରେ ପିଲାଙ୍କ ଅଭିଭାବକ www.antiragging.in ଓ  www.amanmovement.org  ୱେବସାଇଟ୍‌ରେ ୨୦୨୧ ଅକ୍ଟୋବର ୨୭ରେ ୟୁଜିସି ପକ୍ଷରୁ ଜାରି ଆଣ୍ଟିଂ ରାଗିଂ ଅଣ୍ଡରଟେକିଂ ଦାଖଲ କରିବେ।
    ସେପଟେ ଶିକ୍ଷାନୁଷ୍ଠାନ ପ୍ରତି ତିନିମାସରେ ଛାତ୍ରଛାତ୍ରୀଙ୍କୁ ଆଣ୍ଟି-ରାଗିଂ ସମ୍ପର୍କିତ ପ୍ରଚାରପତ୍ର ବାଣ୍ଟିବେ । ଏଥିରେ ଜାତୀୟ ଆଣ୍ଟି ରାଗିଂ ହେଲ୍ପ ଲାଇନ୍ ନମ୍ବର, ଶିକ୍ଷାନୁଷ୍ଠାନର ଇ-ମେଲ୍ ଆଇଡି, ମୋବାଇଲ୍ ନମ୍ବର, ହଷ୍ଟେଲ ୱାର୍ଡେନ୍, ସୁପରିଟେଣ୍ଡେଣ୍ଟ ଅଧ୍ୟକ୍ଷ, ଆଣ୍ଟି ରାଗିଂ ସ୍କ୍ୱାଡ୍ ସଦସ୍ୟଙ୍କ ଫୋନ୍ ନମ୍ବର ଓ ଇମେଲ୍ ଆଇଡି ରହିବା ନିହାତି ଜରୁରୀ । ଏହି ନମ୍ବରଗୁଡ଼ିକ ଶିକ୍ଷାନୁଷ୍ଠାନ ଓ ହଷ୍ଟେଲର ବିଭିନ୍ନ ସ୍ଥାନରେ ଲାଗିଥିବା ଡିସପ୍ଲେ ବୋର୍ଡରେ ପ୍ରଦର୍ଶିତ ହେବ । ହଷ୍ଟେଲଗୁଡ଼ିକରେ ମଧ୍ୟ ଉକ୍ତ ନମ୍ବର ଲଗାଯିବା ବାଧ୍ୟତାମୂଳକ । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook