Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କ୍ୟାପ୍ଟେନ ଅମରିନ୍ଦର ସିଂହ ହେବେ ମହାରାଷ୍ଟ୍ରର ନୂଆ ରାଜ୍ୟପାଳ

    Share on :
    ajab-Image
    Date: Jan 29, 2023    Views: 3593

    ନୂଆଦିଲ୍ଲୀ : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ମହାରାଷ୍ଟ୍ରର ନୂଆ ଗଭର୍ଣ୍ଣର ହେବେ। ଗତ କିଛି ଦିନ ହେଲା ରାଜନୈତିକ କରିଡରରେ ଏ ନେଇ ଆଲୋଚନା ଚାଲିଥିଲା, ତେବେ ଶୁକ୍ରବାର ଏହା ପୁଷ୍ଟି ହୋଇଛି। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କୁ ମହାରାଷ୍ଟ୍ରର ଆଗାମୀ ରାଜ୍ୟପାଳ ନିଯୁକ୍ତି ଲାଗି ଆଦେଶ ଜାରି ହୋଇଯାଇଛି। ମାତ୍ର କିଛି ସମୟ ପୂର୍ବରୁ କ୍ୟାପ୍ଟେନ ବିଜେପିରେ ଯୋଗ ଦେଇଥିଲେ। ସେ ତାଙ୍କର ପାର୍ଟି ପଞ୍ଜାବ ଲୋକ କଂଗ୍ରେସ (ପିଏଲସି)କୁ ମଧ୍ୟ ବିଜେପିରେ ସାମିଲ କରିଦେଇଥିଲେ।

    ଉଲ୍ଲେଖଯୋଗ୍ୟ ଯେ ମହାରାଷ୍ଟ୍ରର ବର୍ତ୍ତମାନ ରାଜ୍ୟପାଳ ଭଗତସିଂ କୋଶ୍ୟାରୀ କିଛି ଦିନ ପୂର୍ବେ ପଦ ଛାଡିବା ଲାଗି ତାଙ୍କର ଇଛା ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ। ଏହାପରେ କ୍ୟାପ୍ଟେନଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଭାରତୀୟ ସେନାରୁ ଅବସରପ୍ରାପ୍ତ କ୍ୟାପ୍ଟେନଙ୍କର ପ୍ରଧାନମନ୍ତ୍ରୀଙ୍କ ସହ ଉତ୍ତମ ସମ୍ପର୍କ ମଧ୍ୟ ରହିଛି। ନିକଟରେ କ୍ୟାପ୍ଟେନଙ୍କୁ ବିଜେପିର ୮୩ତମ କାର୍ୟ୍ୟକାରିଣୀରେ ସାମିଲ କରାଯାଇଥିଲା। ବିଜେପିରେ ଲଗାତାର କ୍ୟାପ୍ଟେନଙ୍କ ପଦବୀ ବଢୁଥିବା ବେଳେ ଏବେ ତାଙ୍କୁ ମହାରାଷ୍ଟ୍ରର ଗଭର୍ଣ୍ଣର କରିଦିଆଯାଇଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook