Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସିନେମା

ମୁଖ୍ୟ ଖବର

    ଇଞ୍ଜିନିୟର ହେବାକୁ ଚାହୁଁଥିଲେ ଅମିତାଭ

    Share on :
    ajab-Image
    Date: Oct 11, 2020    Views: 4591

    ବଲିଉଡ଼ ମେଗାଷ୍ଟାର ଅମିତାଭ ବଚ୍ଚନ ୭୮ ବର୍ଷ ବୟସରେ ପଦାର୍ପଣ କରିଛନ୍ତି  । ଜନ୍ମଦିନ ଅବସରରେ ପରିବାର ସହ ବହୁ ପ୍ରମୁଖ କଳାକାର ଶୁଭେଚ୍ଛା ଜଣାଇଛନ୍ତି  । ଉତ୍ତରପ୍ରଦେଶର ଆହ୍ଲାବାଦ ଠାରେ ୧୯୪୨ ମସିହାରେ ଜନ୍ମଗ୍ରହଣ କରିଥିବା ଏହି ନାୟକଙ୍କୁ ୭୮ବର୍ଷ ହୋଇଥିଲେ ହେଁ ସେ ଜୀବନରେ ନା କେବେ ଥକିଛନ୍ତି ନା ଆଳସ୍ୟ ଅନୁଭବ କରିଛନ୍ତି  ।ଏୟାରଫୋର୍ସ/ ଇଞ୍ଜିନିୟରରେ ଜୀବନ ଆରମ୍ଭ କରିବାକୁ ଭାବୁଥିବା ବିଗ-ବି କେତେବେଳେ ଅଭିନେତା ହୋଇଯିବେ କେହି ଆକଳନ କରିନଥିଲେ  । ନିଜର ମୋଟା ସ୍ୱର ଲାଗି ତାଙ୍କୁ ଅଲଇଣ୍ଡିଆ ରେଡିଓରୁ ବିତାଡିତ କରାଯାଇଥିଲା  । ଏହା ପରେ ବଲିଉଡର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ ହେଁ ପଛକୁ ଆଦୌ ଫେରି ଚାହିଁନଥିଲେ  । ଫିଲ୍ମ ଜଞ୍ଜିର ଜରିଆରେ ସେ ବଲିଉଡରେ ଡେବୁ୍ୟ କରିଥିଲେ । ପ୍ରଥମେ ତାଙ୍କୁ ୧୨ଟି ଫ୍ଲପ ଫିଲ୍ମର ଦୁଃଖ ସହିବାକୁ ପଡିଥିଲା । ଏହାପରେ ସେ ବଲିଉଡର ସେହେନସା ପାଲଟିଥିଲେ  । ନିଜର ସଂଳାପ ଲାଗି ସେ ବେଶ ପ୍ରସିଦ୍ଧିଲାଭ କରିଛନ୍ତି  । ଫିଲ୍ମ କ୍ୟାରିୟର ଲାଗି ତାଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର, ୩ଟି ଜାତୀୟ ଫିଲ୍ମ ପୁରସ୍କାର, ୧୨ଟି ଫିଲ୍ମଫେୟାର ପୁରସ୍କାର ମିଳିପାରିଥିଲା  ।  ତାଙ୍କ ଅଭିନୀତ ଫିଲ୍ମ ମଧ୍ୟରୁ ‘ଅଗ୍ନିପଥ‘, ‘ନିଶବ୍ଦ’, ବଣ୍ଟି ଔର ବବଲି, ଚିନିକମ, ପା, ବ୍ଲାକ, ବାଗବାନ, କଭିଖୁସି କଭି ଗମ, ପିକୁ ସାମିଲ ରହିଛି  ।  ନିକଟରେ ବଚ୍ଚନଙ୍କ କନ ବନେଗା କରୋରପତି ରିଆଲିଟି ଶୋ ଚାଲିଥିବାବେଳେ  କିଛିଦିନ ପୂର୍ବରୁ ସେ କୋଭିଡ ସହ ଲଢେ଼ଇ କରି ମଧ୍ୟ ସଫଳ ହୋଇଛନ୍ତି । ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କର ଫିଟ ରହିବାର ରାଜ  ।
    ପ୍ରତିଦିନ ସେ ଶୀଘ୍ର ବିଛଣା ତ୍ୟାଗ କରିବା ସହ ଶାରୀରିକ ବ୍ୟାୟାମ ଓ ଯୋଗ ପ୍ରତି ଅଧିକ ଧ୍ୟାନ ଦେଇଥାନ୍ତି । ବିଗବି ଶାକାହାରୀ ହୋଇଥିବାବେଳେ ପ୍ରତିଦିନ ସେ  ସନ୍ତୁଳିତ ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି  । ମିଠାଟିଏ ଖାଇବା ଲାଗି ସେ ନିଜକୁ ନିୟନ୍ତ୍ରଣରେ ରଖିଥାନ୍ତି  ।  ସେ କୁହନ୍ତି ଶରୀର ସୁସ୍ଥ ରହିଲେ ମନବି ସୁସ୍ଥ ରହିବ  ।ତେଣୁ ଯଥାସମ୍ଭବ ଜଣେ ବ୍ୟକ୍ତି ନିଜକୁ ଫିଟ ରଖିବା ଆବଶ୍ୟକ ।

    Maximum 500 characters

    ସିନେମା View all

    Find Us on Facebook