Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ନୂଆ ଦଳ ଗଢିବେ ଅମରିନ୍ଦର

    Share on :
    ajab-Image
    Date: Oct 27, 2021    Views: 3265


    ପଞ୍ଜାବ: ଗତ କିଛି ଦିନ ତଳେ କଂଗ୍ରେସ ଛାଡିଥିଲେ ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ। ଦଳ ଛାଡିବା ପରେ ଆଜି କ୍ୟାପଟେନ ଅମରିନ୍ଦର ସିଂ ବଡ ଘୋଷଣା କରିଛନ୍ତି। କଂଗ୍ରେସ ଛାଡିବା ପରେ ଅମରିନ୍ଦର ଏକ ନୂଆ ରାଜନୈତିକ ଦଳ ଗଠନ କରିବେ ବୋଲି ସ୍ପଷ୍ଟ କରିଛନ୍ତି । 


    ଏହି ନୂଆ ଦଳର ନାମ ଖୁବଶୀଘ୍ର ଘୋଷଣା କରାଯିବ ବୋଲି ସେ କହିଛନ୍ତି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅମରିନ୍ଦର। ନୂଆ ଦଳ ବାବଦରେ ଘୋଷଣା କରିବା ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ନିଜ କାର୍ଯ୍ୟକାଳରେ ହୋଇଥିବା ସମସ୍ତ କାମ ବାବଦରେ ସୂଚନା ଦେଇଛନ୍ତି ଅମରିନ୍ଦର। ତେବେ ୨୦୨୨ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ତାଙ୍କ ଦଳ ଅନ୍ୟ କେଉଁ ଦଳ ସହ ମିଶି ଲଢିବ ନା ଏକାକୀ ଲଢିବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।
    ଦଳର ନାମ ଓ ଚିହ୍ନ ଉପରେ  ଯେତେବେଳେ ନିର୍ବାଚନ ଆୟୋଗ  ମୋହର ମାରିବେ ସେତେବେଳେ ଏବାବଦରେ ସେ ସମସ୍ତଙ୍କୁ ଜଣାଇବେ ବୋଲି କହିଛନ୍ତି। କିନ୍ତୁ ଅମରିନ୍ଦରଙ୍କ ଦଳ ୧୧୭ଟି ବିଧାନସଭା ଆସନରେ ନିର୍ବାଚନ ଲଢିବ ବୋଲି ସେ କହିଛନ୍ତି। 

    Maximum 500 characters

    ଦେଶ ବିଦେଶ View all

    Find Us on Facebook