Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଅଖିଳେଶ ଯାଦବ କହିଲେ ୟୂପିରେ ଆମେ ଜିତିଛୁ

    Share on :
    ajab-Image
    Date: Mar 21, 2022    Views: 6696

    ନୂଆଦିଲ୍ଲୀ : ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ସଦ୍ୟ ସମାପ୍ତ ଉତରପ୍ରଦେଶ ନିର୍ବାଚନକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି  । ସେ କହିଛନ୍ତିଯେ, ଉତରପ୍ରଦେଶ ନିର୍ବାଚନରେ ଆମେ ବାଲାଟ ଭୋଟରେ ଜିତିଛୁ  ।  ଯେତିକି ବାଲାଟ ବୋଟ ହୋଇଛି ସେଥିମଧ୍ୟରୁ ୫୧.୫% ଭୋଟ ସପା ଓ ଏହାର ସହଯୋଗୀ ଦଳକୁ ମିଳିଛି  । ୩୦୪ ସିଟରେ ସେ ବାଲାଟ ଭୋଟରେ  ବିଜେପି ଠାରୁ ଆଗରେ ରହିଛନ୍ତି  ।

    ସେ କହିଛନ୍ତିଯେ, ସପା ନେତୃତ୍ୱାଧୀନ ମେଂଟ ନିର୍ବାଚନରେ ବିଜୟୀ ହୋଇଛନ୍ତି ବୋଲି ପୋଷ୍ଟାଲ ଭୋଟ ଦର୍ଶାଉଛି  । ପୋଷ୍ଟାଲ ଭୋଟ ଦେଇଥିବା ସମସ୍ତ ସରକାରୀ କର୍ମଚାରୀ, ଶିକ୍ଷକ ଓ ଭୋଟରମାନଙ୍କୁ ସେ ଧନ୍ୟବାଦ ଦେଇଛନ୍ତି  ।

    ସୂଚନାଯୋଗ୍ୟଯେ, ୧୯୮୫ ପରେ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଆଦିତ୍ୟନାଥ ଐତିହାସିକ ବିଜୟ ହାସଲ କରିଛନ୍ତି  । ୫ ବର୍ଷ କାର୍ଯ୍ୟକାଳ ଶେଷ କରିବା ପରେ ସେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି  । ଉତରପ୍ରଦେଶ ରାଜନୀତିକ ଇତିହାସରେ ଏଭଳି ସଫଳତା କେହି ପାଇନଥିଲେ  । ଆସନ୍ତା ୨୫ରେ ସେ ଶପଥ ନେବାକୁ ଯାଉଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବଡ଼ ବଡ଼ ନେତା ଶପଥ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି  । ଅପରପକ୍ଷରେ ଲଗାତର ଚତୁର୍ଥ ଥର ପାଇଁ ଅଖିଳେଶ ଯାଦବଙ୍କ ନେତୃତ୍ୱରେ ସପା ପରାସ୍ତ ହୋଇଛି  ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook