Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ୧୭ରୁ ଏମ୍ସ ଓପିଡି ବନ୍ଦ

    Share on :
    ajab-Image
    Date: Jan 15, 2022    Views: 3691

    ଭୁବନେଶ୍ୱର: ରାଜ୍ୟରେ ଘରେ ଘରେ ପଜିଟିଭ୍‌ ଚିହ୍ନଟ ହୋଉଛନ୍ତି । କୋଭିଡ ସଂକ୍ରମଣ ହୁ ହୁ ହୋଇ ମାଡ଼ିଚାଲିଛି ।କରୋନା ସଂକ୍ରମଣ ଶୀର୍ଷ(ପିକ୍‌)ରେ ପହଞ୍ଚିବା ଆଉ ବେଶି ଦୂର ନୁହେଁ । ଆସନ୍ତା ୧୭ରୁ ବନ୍ଦ ହେବ ଭୁବନେଶ୍ୱର ଏମ୍ସ ଓପିଡି । ଓପିଡି ବନ୍ଦ ନେଇ ଭୁବନେଶ୍ୱର ଏମ୍ସ୍ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏମ୍ସର କିଛି ଅଧିକାରୀ ଓ କର୍ମଚାରୀ ପଜିଟିଭ ଚିହ୍ନଟ ପରେ ଏପରି ପଦକ୍ଷେପ ନିଆଯାଇଛି। ଓପିଡି ବନ୍ଦ ହେଲେ ମଧ୍ୟ କିଛି ଜରୁରିକାଳୀନ ସେବା ଚାଲୁ ରହିବ ।


    ସୂଚନାଯୋଗ୍ୟ, ରାଜ୍ୟରେ ଦୈନିକ ସଂକ୍ରମଣ ଏବେ ୧୦ ହଜାରରେ ଟ୍ରେଣ୍ଡ କରୁଛି। ଆକ୍ରାନ୍ତଙ୍କ ସଂଖ୍ୟା ଖୁବ୍‌ ଦ୍ରୁତ ଗତିରେ ବଢ଼ି ଚାଲିଥିବା ବେଳେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିଭିନ୍ନ  ହସ୍ପିଟାଲର ଓପିଡିକୁ ବ୍ୟବହାର କରାଯାଉଛି। ହେଲେ ରୋଗୀ ସେବା ପୂର୍ବ ପରି ଚାଲୁ ରହିଛି।

    ଓଡ଼ିଶାରେ ଦୈନିକ ସଂକ୍ରମଣ ପୁଣି ୧୦ ହଜାର ଟପିଛି।ଗତ ୨୪ ଘଣ୍ଟାରେ ୧୦୮୫୬ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସର୧୦୨୧ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୬୨୯୩ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୪୫୬୩ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୨୨୭୩୫ ଜଣକୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।


    ୩୦ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୮୭ ଜଣ, ସୁନ୍ଦରଗଡ଼ରୁ ୧୯୪୩ ଜଣ, କଟକରୁ ୯୦୯ ଜଣ, ସମ୍ବଲପୁରରୁ ୫୦୦ ଜଣ, ବାଲେଶ୍ବରରୁ ୩୨୬ ଜଣ, ବଲାଙ୍ଗୀରରୁ ୨୫୯ ଜଣ,ଜଗତସିଂହପୁରରୁ ୨୨୨ ଜଣ, ଝାରସୁଗୁଡ଼ାରୁ ୨୧୧ ଜଣ, ଯାଜପୁରରୁ ୨୧୦ ଜଣ, ରାୟଗଡ଼ାରୁ ୧୫୬ ଜଣ, ବରଗଡ଼ ଓ ନୟାଗଡ଼ ଜିଲ୍ଲାରୁ ୧୪୫ ଜଣ ଲେଖାଁଏ,କଳାହାଣ୍ଡିରୁ ୧୪୪ ଜଣ, ଗଞ୍ଜାମରୁ ୧୩୯ ଜଣ, ଗଜପତିରୁ ୧୩୫ ଜଣ, ଅନୁଗୁଳରୁ ୧୦୪ ଜଣ, ନବରଙ୍ଗପୁରରୁ ୧୦୬ ଜଣ,ସୋନପୁରରୁ ୧୦୨ ଜଣ, ଭଦ୍ରକରୁ ୧୦୧ ଜଣ, କେନ୍ଦୁଝରରୁ ୮୪ ଜଣ, କେନ୍ଦ୍ରାପଡ଼ା ଓ ନୂଆପଡ଼ା ଜିଲ୍ଲାରୁ ୭୫ ଜଣ ଲେଖାଁଏ, ଢ଼େଙ୍କାନାଳରୁ ୬୯ ଜଣ, ମାଲକାନଗିରିରୁ ୫୪ ଜଣ, ବୌଦ୍ଧରୁ ୩୮ ଜଣ, ଦେବଗଡ଼ରୁ ୨୪ ଜଣ ଏବଂ ଷ୍ଟେଟ୍ ପୁଲ୍‌ରୁ ୭୧୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

    Maximum 500 characters

    ତାଜା ଖବର View all

    Find Us on Facebook