Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ତୃତୀୟ ଶ୍ରେଣୀରୁ କୃତ୍ରିମ ବୁଦ୍ଧିମତ୍ତା ଶିକ୍ଷା ପାଠ୍ୟକ୍ରମ

    Share on :
    ajab-Image
    Date: Oct 31, 2025    Views: 3435

    ନୂଆଦିଲ୍ଲୀ: ଦେଶର ସବୁ ବିଦ୍ୟାଳୟରେ  ତୃତୀୟ ଶ୍ରେଣୀରୁ କୃତ୍ରିମ ବୁଦ୍ଧିମତ୍ତା  ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ  (ଏଆଇ) ଶିକ୍ଷା ପାଠ୍ୟକ୍ରମ ଆରମ୍ଭ  କରାଯିବ । ଏଥିପାଇଁ ଚଳିତ ବର୍ଷ  ଡିସେମ୍ବର ସୁଦ୍ଧା ସମ୍ବଳ ସାମଗ୍ରୀ,  ହ୍ୟାଣ୍ଡବୁକ୍‌, ଡିଜିଟାଲ ସମ୍ବଳ ବିକଶିତ  କରାଯିବ । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ  ଅନ୍ତର୍ଗତ ବିଦ୍ୟାଳୟ ଶିକ୍ଷା ଏବଂ  ସାକ୍ଷରତା ବିଭାଗ କୃତ୍ରିମ ବୁଦ୍ଧିମତ୍ତା  ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ  (ଏଆଇ) ଏବଂ କମ୍ପ୍ୟୁଟେସନାଲ  ଥିଙ୍କିଙ୍ଗ୍‌ ଆଧାରିତ ଭବିଷ୍ୟତର ଶିକ୍ଷା  ଲାଗି ଏହି ନିଷ୍ପତ୍ତି ନେଇଛି । ଏହି ବିଭାଗ ପରାମର୍ଶ ପ୍ରକ୍ରିୟା ଜରିଆରେ ବିଦ୍ୟାଳୟ ଶିକ୍ଷା ଲାଗି ଜାତୀୟ  ପାଠ୍ୟକ୍ରମ ଢାଞ୍ଚା (ଏନ୍‌ସିଏଫ୍‌ଏସ୍‌ଇ)  ୨୦୨୩ର ବ୍ୟାପକ ପରିସର  ମଧ୍ୟରେ ଅର୍ଥପୂର୍ଣ୍ଣ ଏବଂ ସମାବେଶୀ  ପାଠ୍ୟକ୍ରମ ପ୍ରସ୍ତୁତ କରିବାରେ ରାଜ୍ୟ  ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ  ସିବିଏସ୍‌ଇ, ଏନ୍‌ସିଇଆର୍‌ଟି,  କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ଏବଂ  ନବୋଦୟ ବିଦ୍ୟାଳୟ। ସଙ୍ଗଠନ ଭଳି ଅନୁଷ୍ଠାନଗୁଡ଼ିକୁ ସହାୟତା କରୁଛି ।  

    ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏଆଇ  ଏବଂ କମ୍ପ୍ୟୁଟେସନାଲ ଥିଙ୍କିଙ୍ଗ୍‌ ଶିଖିବା, ଚିନ୍ତା  କରିବା ଏବଂ ଶିଖାଇବାର ଅବଧାରଣାକୁ ମଜଭୁତ  କରିବ । ସାର୍ବଜନିନ ହିତ ପାଇଁ ଏହା ଏଆଇର  ପ୍ରଚଳନକୁ ବିସ୍ତାର କରିବ । ଏହି ପଦକ୍ଷେପ ଜଟିଳ  ଆହ୍ୱାନକୁ ସମାଧାନ କରିବା ଲାଗି ଏଆଇର ନୈତିକ  ଉପଯୋଗ ଦିଗରେ ଏକ ନୂତନ ଏବଂ ଗୁରୁତ୍ୱପୂର୍ଣ୍ଣ  ପଦକ୍ଷେପ । ତୃତୀୟ ଶ୍ରେଣୀରୁ ଏହି ବୈଷୟିକ  ଶିକ୍ଷା ଆରମ୍ଭ ହେବା ଫଳରେ ମୌଳିକ ସ୍ତରରେ  ଏହାକୁ ସାମିଲ କରାଯାଇପାରିବ । ଏ ନେଇ ଗତ  ବୁଧବାର ଏକ ଅଂଶୀଦାର ବିଚାରବିମର୍ଶ ବୈଠକ  ବସିଥିଲା । ସିବିଏସ୍‌ଇ, ଏନ୍‌ସିଇଆର୍‌ଟି, କେନ୍ଦ୍ରୀୟ  ବିଦ୍ୟାଳୟ ସଙ୍ଗଠନ ଏବଂ ନବୋଦୟ ବିଦ୍ୟାଳୟ  ସଙ୍ଗଠନ ସମେତ ବାହ୍ୟ ବିଶେଷଜ୍ଞ ଏବଂ ଅନ୍ୟ  ଅଂଶୀଦାରମାନେ ଏଥିରେ ଯୋଗ ଦେଇଥିଲେ । ଏହି ପାଠ୍ୟକ୍ରମ ବିକଶିତ କରିବା ଲାଗି ଆଇଆଇଟି  ମାଡ୍ରାସର ପ୍ରଫେସ କାର୍ତ୍ତିକ ରମଣଙ୍କ ଅଧ୍ୟକ୍ଷତାରେ  ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି । ଶିକ୍ଷକ  ତାଲିମ ମଡ୍ୟୁଲ ଏବଂ ଭିଡିଓ ଆଧାରିତ ଶିକ୍ଷା ସମ୍ବଳ  ସମେତ ଶିକ୍ଷକ ତାଲିମ ଏବଂ ଶିକ୍ଷା-ଶିକ୍ଷଣ ସାମଗ୍ରୀ  ପାଠ୍ୟକ୍ରମ କାର୍ୟ୍ୟକାରିତାର ଆଧାର ହେବ ବୋଲି  ସ୍କୁଲ ଶିକ୍ଷା ସଚିବ ସଞ୍ଜୟ କୁମାର କହିଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook