Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ପୋଲ ତଳକୁ ଖସିଲା ବାଇକ୍, ୨ ମୃତ

    Share on :
    ajab-Image
    Date: Dec 9, 2025    Views: 2483

    ନୟାଗଡ଼ : ପୋଲ ତଳକୁ ଖସିଲା ବାଇକ୍। ଚାଲିଗଲା ୨ ଜୀବନ। ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ତୋରିଗାଡିଆ ନିକଟରେ ସୋମବାର ବିଳମ୍ଵିତ ରାତିରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ ଧଝୋଲା ଗ୍ରାମର ଫକିର ନାୟକ ଏବଂ ରାଜେନ୍ଦ୍ର ନାୟକ। 

    ସୂଚନାନୁଯାୟୀ, ଫକିର ଏବଂ ରାଜେନ୍ଦ୍ର କୌଣସି କାମରେ ବେଲଦ୍ବାର ପଟୁ ବିଳମ୍ବିତ ରାତିରେ ଗୋଟିଏ ବାଇକରେ ଫେରୁଥିଲେ। ଓଡଗାଁ ଥାନା ତୋରିଗାଡିଆ ନିକଟରେ ଭାରସାମ୍ୟ ହରାଇ ବାଇକ୍‌ଟି ପୋଲ ତଳକୁ ଖସି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଆଜି ସକାଳେ ସ୍ଥାନୀୟ ଲୋକେ ପୋଲ ତଳେ ଦୁଇ ଜନଙ୍କୁ ପଡ଼ିଥିବାର ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଓଡ଼ଗାଁ ମେଡିକାଲକୁ ପଠାଇଥିଲେ। ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ। 

    Maximum 500 characters

    ତାଜା ଖବର View all

    Find Us on Facebook