Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ମର୍ଣ୍ଣିଙ୍ଗ୍‌ ୱାକ୍‌ରେ ଯାଇଥିଲେ, ବାଟରେ ଜଗି ବସିଥିଲା ମୃତ୍ୟୁ

    Share on :
    ajab-Image
    Date: Feb 5, 2025    Views: 2876

    ମୟୂରଭଞ୍ଜ: ମର୍ଣ୍ଣିଙ୍ଗ୍‌ ୱାକ୍‌ରେ ଯାଇଥିଲେ। ହେଲେ ବାଟରେ ଜଗି ବସିଥିଲା ମୃତ୍ୟୁ। ଘର ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଏକ ପିକଅପ୍ ଗାଡି ଧକ୍କାରେ ଚାଲିଗଲା ଜୀବନ । ମୃତକ କପ୍ତିପଦା ଅଞ୍ଚଳର କୃପାସିନ୍ଧୁ ସେଠି ବୋଲି ଜଣାପଡ଼ିଛି । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ଝିଙ୍କପଦା ଗ୍ରାମ ନିକଟରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।  କପ୍ତିପଦା ଅଞ୍ଚଳର କୃପାସିନ୍ଧୁ ସେଠି ବୁଧବାର ସକାଳେ ଉଦଳା-ବାଲେଶ୍ୱର ରାଜ୍ୟ ରାଜପଥରେ ମର୍ଣ୍ଣିଙ୍ଗ୍‌ ୱାକ୍‌ କରୁଥିଲେ । ଝିଙ୍କପଦା ଛକ ନିକଟରେ କଟକରୁ ମାଲ୍‌ ନେଇ ଆସୁଥିବା ଏକ ପିକଅପ୍‌ ପଛ ପାଖରୁ ଦୃତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ପଡି କୃପାସିନ୍ଧୁଙ୍କ ଜୀବନ ଚାଲିଯାଇଥିଲା। ତେବେ ଉକ୍ତ ଗାଡ଼ିରେ ମାଲ୍‌ ନେଇ ଆସୁଥିବା ମାଲିକ ଅମରେନ୍ଦ୍ର ସାମଲ ଶବ୍ଦ ଶୁଣି ଗାଡି ଅଟକାଇ ତଳକୁ ଓହ୍ଲାଇଥିବା ବେଳେ ଡ୍ରାଇଭର ଗାଡି ନେଇ ଫେରାର ହୋଇଯାଇଥିଲା । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ କପ୍ତିପଦା ପୋଲିସ ପହଞ୍ଚିଛି । କପ୍ତିପଦା ପୋଲିସ ପହଞ୍ଚି ଅମରେନ୍ଦ୍ର ସାମଲଙ୍କୁ ଅଟକ ରଖି ପଚରାଉଚରା କରୁଛି । ଅନ୍ୟପଟେ ଅମରେନ୍ଦ୍ର ଉକ୍ତ ଗାଡ଼ିଟିକୁ ଭଡାରେ ଆଣିଥିବା ବେଳେ ବେପରୁଆ ଗାଡି ଚାଳନା ପାଇଁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି । କପ୍ତିପଦା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଉଦଳା ଡାକ୍ତରଖାନା ପଠାଇଛି । ଏହା ସହ ଫେରାର ଥିବା ଗାଡ଼ି ସହ ଡ୍ରାଇଭରକୁ ଖୋଜୁଛି ପୋଲିସ।

    Maximum 500 characters

    ତାଜା ଖବର View all

    Find Us on Facebook