Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଓଡିଶାରେ ଆମ ଆଦମି ପାର୍ଟିର ଓଡିଶା ପ୍ରଭାରୀ

    Share on :
    ajab-Image
    Date: Oct 27, 2021    Views: 2811

    ଭୁବନେଶ୍ବର: ଓଡିଶାରେ ଆମ ଆଦମି ପାର୍ଟିର ଓଡିଶା ପ୍ରଭାରୀ । ଦୁନି ଦିନିଆ ଓଡିଶା ଗସ୍ତରେ ଆମ ଆଦମି ପାର୍ଟିର ଓଡିଶା ପ୍ରଭାରୀ ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂ । ଆଜି ଦଳୀୟ କର୍ମୀଙ୍କ ସହିତ ଏକ ସମ୍ମିଳନୀରେ ଯୋଗ ଦେଇ ରାଜ୍ୟ ଏବଂ ରାଷ୍ଟ୍ରୀୟ ମୁଦ୍ଦା ଉପରେ ଆଲୋଚନା ହେବା ନେଇ ସୂଚନା ମିଳିଛି ।
    ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବେ ସଂଞ୍ଜୟ ସିଂ। ସେ କହିଛନ୍ତି ଯେ, ଦେଶରେ ବର୍ତ୍ତମାନ କୋଇଲା ସଙ୍କଟ ଦେଖାଦେଇଛି। ଭାରତ କୋଇଲା ଉତ୍ପାଦନରେ ଦିତୀୟ ସ୍ଥାନରେ ରହିଛି। ମୋଦି ସରକାର ଏହାକୁ ପ୍ରାୟୋଜିତ କରି ବିଜୁଳି କମ୍ପାନୀମାନଙ୍କୁ ସହାୟତା କରୁଛନ୍ତି। ଓଡ଼ିଶାରେ MCLରେ କୋଇଲାକୁ ପୁଞ୍ଜିପତି ମାନଙ୍କ ହାତରେ ଟେକି ଦେଇଥିବା କଥା କହିଛନ୍ତି ସଞ୍ଜୟ ସିଂ ।ଏହା ସହିତ ଦେଶରେ ଦରଦାମ୍ ବୃଦ୍ଧି ଓ ବିଜୁଳି ଦରବୃଦ୍ଧିକୁ ବିରୋଧ କରିଛନ୍ତି ଆମ ଆଦମି ପାର୍ଟିର ଓଡିଶା ପ୍ରଭାରୀ । ବିମାନ ବନ୍ଦରରେ ପହଞ୍ଚିବା ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଅଭିମୁଖେ ଓଡିଶା ପ୍ରଭାରୀ ରାଜ୍ୟ ସାଂସଦ ସଞ୍ଜୟ ସିଂ ।

    Maximum 500 characters

    ତାଜା ଖବର View all

    Find Us on Facebook