Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ରାଜଧାନୀରେ ପୁଣି ଜୀବନ ନେଇଛି ‘ଆମ ବସ୍‌’

    Share on :
    ajab-Image
    Date: Dec 6, 2025    Views: 3619

    ଭୁବନେଶ୍ୱର:ରାଜଧାନୀରେ ପୁଣି ଜୀବନ ନେଇଛି ‘ଆମ ବସ୍‌’। ସତ୍‌ସଙ୍ଗ ବିହାର ସମ୍ମୁଖ ୧୬ ନଂ. ଜାତୀୟ ରାଜପଥରେ ଶୁକ୍ରବାର ସାରେ ଏହି ଦୁର୍ଘଟଣା ଘଟିଛି। ଓଡି୦୫ସିବି୦୦୪୧ ନମ୍ବର ବିଶିଷ୍ଟ ଆମ ବସଟି ଜଣେ ବାଇକ ଆରୋହୀଙ୍କୁ ଧକ୍କା ଦେଇ ଚାପି ଦେଇଥିଲା। ଗୁରୁତର ଅବସ୍ଥାରେ ବାଇକ ଚାଳକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତ ବ୍ୟକ୍ତି ଜଣକ ହେଲେ ଭୋଇନଗରର ସୁଦର୍ଶନ ସାହୁ (୪୨)। ଶହୀଦନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଦୁର୍ଘଟଣା ଘଟାଇଥିବା ଆମ ବସ୍‌କୁ ଜବତ କରିଥିବା ବେଳେ ସମ୍ପୃକ୍ତ ଡ୍ରାଇଭର ଫେରାର ହୋଇଯାଇଛନ୍ତି। ପୋଲିସ ଟିମ୍‌ ତାଙ୍କୁ ଚିହ୍ନଟ କରି ଗିରଫ କରିବାକୁ ପ୍ରୟାସ ଚଳାଇଛି।
    ସୂଚନା ଅନୁଯାୟୀ, ଦୁର୍ଘଟଣା ଘଟାଇଥିବା ୧୬ ନମ୍ବର ବସ୍‌ଟି ରସୁଲଗଡରୁ ଖଣ୍ଡଗିରି ଅଭିମୁଖେ ଯାଉଥିବାବେଳେ ରାତି ପ୍ରାୟ ୮ଟା ୧୦ରୁ ୮ଟା ୩୫ ମିନିଟ୍‌ ଭିତରେ ଦୁର୍ଘଟଣା ଘଟିଥିଲା। ସତ୍‌ସଙ୍ଗ ବିହାର ନିକଟରେ ବସ୍‌ଟି ସୁଦର୍ଶନଙ୍କୁ ସାଇଡ୍‌ରୁ ଧକ୍କା ଦେବାରୁ ସେ ବାଇକରୁ ଖସି ପଡିବା ସହ ବସ୍‌ ପଛ ଚକାରେ ଚାପି ହୋଇଯାଇଥିଲେ। ଘଟଣା ପରେ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ବସ୍‌କୁ ଅଟକ ରଖିଥିଲେ। ହେଲେ ଡ୍ରାଇଭର ଜଣକ ଭିଡ଼ର ସୁଯୋଗ ନେଇ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ଏନେଇ ଶହୀଦନଗର ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ଅଭିଯୁକ୍ତ ଡ୍ରାଇଭରଙ୍କୁ ଖୁବ୍‌ଶୀଘ୍ର ଗିରଫ କରିବାକୁ ପ୍ରୟାସ ଚାଲିଥିବା ଥାନାଧିକାରୀ ସୁଚିତ୍ର ଦାସ କହିଛନ୍ତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook