ମୁଖ୍ୟ ଖବର
ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ୟ୍ୟରୁ ନିଲମ୍ବିତ ହୋଇଛନ୍ତି ଫୁଲବାଣୀ ସଦର ଥାନା ଅଧିକାରୀ ସତୀଶ ଚନ୍ଦ୍ର ନାୟକ । ରାଜ୍ୟ ଗୃହ ବିଭାଗ ଏହି ନିଲମ୍ବନ ଆଦେଶ ଜାରି କରିଛି ।ଆଦେଶ ଅନୁଯାୟୀ, ବର୍ତ୍ତମାନ ସେ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଆଇଜିଙ୍କ କାର୍ୟ୍ୟାଳୟରେ ରିପୋର୍ଟ କରିବେ । ଅଭିଯୋଗ ଅନୁସାରେ, କିଛିଦିନ ପୂର୍ବେ ସଦର ଥାନା ପୁଲିସ ୬ କ୍ୱିଣ୍ଟାଲ୍ ଗଞ୍ଜେଇ ଜବତ କରିଥିଲା । ସେଥିମଧ୍ୟରୁ ୨ କ୍ୱିଣ୍ଟାଲ୍ ଗଞ୍ଜେଇର ହିସାବ ମିଳି ନ ଥିଲା । ଏଥିରେ ଥାନା ଅଧିକାରୀ ସତୀଶଙ୍କ ସମ୍ପୃକ୍ତି ଥିବା ନେଇ ଜଣାପଡ଼ିବା ପରେ ତାଙ୍କ ନାଁରେ ସରକାରଙ୍କ ପାଖରେ ଅଭିଯୋଗ କରାଯାଇଥିଲା । ସେହି ଅନୁସାରେ ତାଙ୍କୁ କାର୍ୟ୍ୟରୁ ନିଲମ୍ବନ କରାଯାଇଛି । ତାଙ୍କ ନାମରେ ବିଭାଗୀୟ ତଦନ୍ତ ଚାଲିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି । ସୂଚନାଯୋଗ୍ୟ, ନିକଟରେ ସେ ଇନ୍ସପେକ୍ଟରରୁ ଡିଏସ୍ପି ପଦବିକୁ ପଦୋନ୍ନତି ପାଇଥିଲେ ।
Comments ସମସ୍ତ ମତାମତ 0