ମୁଖ୍ୟ ଖବର
ଭୁବନେଶ୍ୱର: ବାଲି ଚୋରା ଚାଲାଣ ରୋକିବା ପାଇଁ ନୂଆ ଏସଓପି ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର । ବିଧାନସଭା ଅଧିବେଶନରେ ସରକାର ଏସଓପି ଉପସ୍ଥାପିତ କରିବା ନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ । ବାଲିଚୋରା ଚାଲାଣ ରୋକିବା ପାଇଁ ଖଣି ବିଭାଗକୁ ସହଯୋଗ କରିବେ ରାଜସ୍ୱ ବିଭାଗ ଓ ଜଙ୍ଗଲ ବିଭାଗର ଅଫିସର ।ବାଲି ଉତ୍ତୋଳନ, ଚାଲାଣର ସୁପରଭିଜନ ଠାରୁ ଆରମ୍ଭ କରି ଜବତ ସହ ଆଇନ ଅନୁସାରେ ଦଣ୍ଡ ଦେବା ପାଇଁ ଅଫିସର ମାନଙ୍କୁ ଦାୟିତ୍ୱ ଦେବେ ସରକାର । ମନ୍ଦ ଉଦ୍ଦେଶ୍ୟ ରଖି ଲଘୁ ଖଣିଜ ନିଲାମ କାର୍ୟ୍ୟକୁ ଖଣି ବିଭାଗକୁ ନେଇଯାଇଥିଲେ ପୂର୍ବ ସରକାର । ଖଣି ବିଭାଗର ଆବଶ୍ୟକ ମୁତାବକ କର୍ମଚାରୀ ନାହାନ୍ତି । ଯେଉଁଥିପାଇଁ ଲଘୁ ଖଣିଜ ତସ୍କରୀ କରୁଥିବା ଲୋକ ମାନଙ୍କୁ ସୁବିଧା ହୋଇଯାଇଛି । ତେବେ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ଚଢ଼ାଉ ଜାରି ରଖିଛନ୍ତି ।
ବାଲି ଚୋରା ଚାଲାଣ ରୋକିବାକୁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ପୂର୍ବରୁ ଏସଓପି ଆଣିଥିବାବେଳେ ଏବେ ନୂଆ ସଂକଳ୍ପ ନେଇଛନ୍ତି । ବେଆଇନ ବାଲି କାରବାର ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ବିଡମ୍ବନାର ବିଷୟ ଖାଲି ରାଜ୍ୟ ଭିତରେ ନୁହେଁ ରାଜ୍ୟ ବାହାରକୁ ବି ବେଆଇନ ଭାବେ ଚାଲାଣ ହେଉଛି ବାଲି । ଏହାକୁ ନେଇଛି ତେଜିଛି ବୟାନବାଜି ।
Comments ସମସ୍ତ ମତାମତ 0