Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଥାନା ପଛରେ ନାବାଳକଙ୍କୁ ଥାର୍ଡ଼ ଡିଗ୍ରୀ

    Share on :
    ajab-Image
    Date: Nov 9, 2025    Views: 4044

     ଭଦ୍ରକ : ଭଦ୍ରକ ଜିଲାରେ ଥାନା ପଛରେ ନାବାଳକଙ୍କୁ ଥାର୍ଡ଼ ଡିଗ୍ରୀ ଅଭିଯୋଗ । ଅଭିଯୋଗ ଅନୁସାରେ ଏକ ମୋବାଇଲ୍ ଚୋରୀ ଅଭିଯୋଗର ତଦନ୍ତ ପାଇଁ ଚାନ୍ଦବାଲି ପିରହାଟ ଥାନା ପୁଲିସ୍ ଜଣେ ନାବାଳଙ୍କୁ ଆଣିଥିଲା । ତଦନ୍ତ ନା ରେ କ୍ୟାମେରା ଆଢୁଆଳରେ ଥାନା ପଛକୁ ନେଇ ନାବାଳକଙ୍କୁ ମାଡ଼ ମାରିଥିଲା ପୁଲିସ୍ । ମାଡ଼ ମାରିବା ପରେ ଏକଥା କାହାକୁ ନକହିବାକୁ ପୁଲିସ୍ ନାବାଳକଙ୍କୁ ତାଗିଦ୍ କରିଥିଲା । ଏପରିକି ବିରିୟାନୀ ଖାଇବାକୁ ପୁଲିସ୍ ୨୦୦ଟଙ୍କା ଦେଇଥିବା ଅଭିଯୋଗ ମଧ୍ୟ ହୋଇଛି । ନାବାଳକ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ନାବାଳକଙ୍କୁ ନ୍ୟାୟ ଦେବା ପାଇଁ ପରିବାର ଲୋକ ଦାବି କରିଛନ୍ତି । ଅନ୍ୟପଟେ ସମସ୍ତ ଅଭିଯୋଗକୁ ଥାନାଧିକାରିଣୀ ଖଣ୍ଡନ କରିଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook