ମୁଖ୍ୟ ଖବର
ଭୁବନେଶ୍ୱର: ନୂଆପଡ଼ାରେ କମ୍ପୁଛି ପ୍ରଚାର ମଇଦାନ। ମତଦାନ ତାରିଖ ଯେତେ ପାଖେଇ ଆସୁଛି ପ୍ରଚାର ସେତେ ଜୋର ଧରୁଛି। ଏହି କ୍ରମରେ ଆଜି ନୂଆପଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶନିବାର ମୁଖ୍ୟମନ୍ତ୍ରୀ ନୂଆପଡ଼ାରେ ରୋଡ୍ ସୋ କରିବେ । ସକାଳ ୯ଟା ୫୦ରେ ତାଙ୍କ ବାସଭବନରୁ ବାହାରି ୯ଟା ୫୫ ରେ ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ପହଞ୍ଚିବେ । ସେଠାରୁ ୧୦ଟା ୫ରେ ବାହାରି ଦିନ ୧୧ଟାରେ ନୂଆପଡ଼ାର ଗୋଟମା ଏୟାରଷ୍ଟ୍ରିପ୍ ଠାରେ ପହଞ୍ଚିବେ । ସେଠାରୁ ହେଲିକପ୍ଟର ଯୋଗେ ୧୧ଟା ୨୫ରେ ବାହାରି ୧୧ଟା ୪୫ ସୁଦ୍ଧା ସୁନାବେଡ଼ା ବିଏସଏଫ ହେଲିପ୍ୟାଡ୍ରେ ପହଞ୍ଚିବେ । ସେଠାରୁ ୧୧ଟା ୫୦ରେ ବାହାରି ୧୨ଟା ୫ରେ ସୁନାଦେଇ ମନ୍ଦିରରେ ପହଞ୍ଚିବେ ।
ସେଠାରେ ମାଆଙ୍କ ଆଶିଷ ନେଇ ୧୨ଟା ୩୦ରେ ସୁନାଦେଇ ମନ୍ଦିରରୁ ବାହାରି ୧୨ଟା୪୦ରେ ଚାଙ୍ଗୁଡ଼ିଠାରେ ପହଞ୍ଚିବେ । ୧୨ଟା ୪୦ରୁ ୨ଟା ୪୦ ପର୍ୟ୍ୟନ୍ତ କିଛି ସମୟ ଅତିବାହିତ କରିବା ପରେ ୨ଟା ୪୦ରେ ପୁଣି ହେଲିକପ୍ଟରରେ ସୁନାବେଡ଼ା ବିଏସଏଫ ହେଲିପ୍ୟାଡ୍କୁ ଯିବେ । ଦ୍ୱିପ୍ରହର ୩ଟାରେ ଡିଆଁମୁଣ୍ଡା ଛକରେ ଥିବା ଅସ୍ଥାୟୀ ହେଲିପ୍ୟାଡ୍ରେ ପହଞ୍ଚି ସର୍କିଟ୍ ହାଉସ୍କୁ ଯିବେ । ସେଠାରେ ୩ଟା ୫ରୁ ୩ଟା ୪୫ ଯାଏ ରହିବେ । ୩ଟା ୪୫ରେ ସର୍କିଟ୍ ହାଉସ୍ରୁ ବାହାରି ୪ଟାରେ ରୋଡ୍ ସୋ ଆରମ୍ଭ ହେବା ସ୍ଥାନରେ ପହଞ୍ଚିବେ । ଏହାପରେ ୪ଟାରୁ ରାତି ୮ଟା ଯାଏ ନୂଆପଡ଼ା ଖରିଆର ରୋଡ୍ରେ ରୋଡ୍ ସୋ କରିବେ । ରୋଡ୍ ସୋ ସରିବା ପରେ ରାତି ୯ଟାରେ ପୁଣି ଥରେ ସର୍କିଟ୍ ହାଉସ୍ ଯିବେ । ସେଠାରେ ରାତ୍ରି ଯାପନ କରି ରବିବାର ଦିନ ୧୧ଟାରେ ସର୍କିଟ୍ ହାଉସ୍ରୁ ବାହାରି ୧୧ଟା ୨୦ରେ ଗୋଟମା ଏୟାରଷ୍ଟ୍ରିପ୍ରେ ପହଞ୍ଚିବେ । ଏହା ପରେ ୧୧ଟା ୩୦ରେ ସେଠାରୁ ବାହାରି ଦିନ ଦିନ ୧୨ଟା ୨୫ରେ ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ପହଞ୍ଚିବେ । ସେଠାରୁ ୧୨ଟା ୩୫ରେ ବାହାରି ୧୨ଟା ୪୦ରେ ନିଜ ବାସଭବନରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ ।
Comments ସମସ୍ତ ମତାମତ 0