ମୁଖ୍ୟ ଖବର
ନୂଆଦିଲ୍ଲୀ : ବଢିଲା ଅନିଲ ଅମ୍ଵାନୀଙ୍କ ମୁସ୍କିଲ୍। ଘରଠୁ ଅଫିସ୍ ଯାଏଁ ରିଲାଏନ୍ସ ଗ୍ରୁପ୍ର ୩୦୮୪ କୋଟି ଟଙ୍କାର ୪୦ରୁ ଉର୍ଦ୍ଧ୍ଵ ସମ୍ପତ୍ତି ଫ୍ରିଜ୍ କଲା ଇଡି। ଗାଜିଆବାଦ, ଦିଲ୍ଲୀ, ନୋଏଡା, ମୁମ୍ଵାଇ, ପୁଣେ, ଥାନେ, ହାଇଦ୍ରାବାଦ, ଚେନ୍ନାଇ, କାଞ୍ଚିପୁରମ୍ ଓ ଇଷ୍ଟ ଗୋଦାବରୀ ଅଞ୍ଚଳରେ ଥିବା ଅନିଲ ଅମ୍ବାନୀଙ୍କ ସମ୍ପତ୍ତିକୁ ଇଡି ଫ୍ରିଜ୍ କରିଦେଇଛି। ମନି ଲଣ୍ଡରିଂ ନିବାରଣ ଆଇନ (PMLA) ଅଧୀନରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ମାମଲାଟି ହେଉଛି ୨୦୧୭ ଏବଂ ୨୦୧୯ ମସିହାର। ଏହି ସମୟ ମଧ୍ୟରେ, ୟେସ୍ ବ୍ୟାଙ୍କ ରିଲାଏନ୍ସ ଗ୍ରୁପର ରିଲାଏନ୍ସ ହୋମ୍ ଫାଇନାନ୍ସ ଲିମିଟେଡ୍ (RHFL)ରେ ପ୍ରାୟ ୨୯୬୫ କୋଟି ଏବଂ ରିଲାଏନ୍ସ କମର୍ସିଆଲ୍ ଫାଇନାନ୍ସ ଲିମିଟେଡ୍ (RCFL)ରେ ୨୦୪୫ କୋଟିର ନିବେଶ କରିଥିଲା। ଏହି ଦୁଇଟି କମ୍ପାନୀ ଉପରେ ହଜାର ହଜାର କୋଟି ଟଙ୍କାର ବକେୟା ବାଲାନ୍ସ ପଡ଼ିଥିଲା। କମ୍ପାନୀଗୁଡ଼ିକ ଜନସାଧାରଣ ଏବଂ ବ୍ୟାଙ୍କଗୁଡ଼ିକରୁ ନିଆଯାଇଥିବା ପାଣ୍ଠିର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଇଡି ଏହି ମାମଲାର ତଦନ୍ତ କରୁଥିଲା।
Comments ସମସ୍ତ ମତାମତ 0