Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଇତିହାସ ରଚିଲା ଇସ୍ରୋ: ଲଞ୍ଚ ହେଲା ବାହୁବଳୀ କମ୍ୟୁନିକେସନ୍ ସାଟେଲାଇଟ୍ CMS-03

    Share on :
    ajab-Image
    Date: Nov 2, 2025    Views: 4042

    ନୂଆଦିଲ୍ଲୀ: ଇତିହାସ ରଚିଲା ଇସ୍ରୋ । ଲଞ୍ଚ ହେଲା ବାହୁବଳୀ କମ୍ୟୁନିକେସନ୍ ସାଟେଲାଇଟ୍ CMS-03 । LVM3-M5 ରକେଟ୍ ସାହାଯ୍ୟରେ ଏହି ଉପଗ୍ରହକୁ ଉତକ୍ଷେପଣ କରାଯାଇଛି । ପୂର୍ବ ନିର୍ଦ୍ଧାରିତ ସମୟ ସଂଧ୍ୟା ୫.୨୫ ମିନିଟରେ ଲଞ୍ଚ୍ ହୋଇଛି । ୪,୦୦୦ କିଲୋଗ୍ରାମରୁ ଅଧିକ ଓଜନର ଏହି ସାଟେଲାଇଟକୁ ମହାକାଶକୁ ଶ୍ରୀହରିକୋଟା ସ୍ଥତ ସତୀଶ ଧଓ୍ବନ ସ୍ପେସ୍ ସେଣ୍ଟରରୁ ଯାତ୍ରା କରିଛି LVM3-M5 ରକେଟ୍ ।


    ​​​​​​​ଭାରତୀୟ ମାଟିରୁ ଜିଓସିଙ୍କ୍ରୋନାସ୍ ଟ୍ରାନ୍ସଫର ଅରବିଟ୍‌କୁ ଉତକ୍ଷେପଣ କରାଯାଇଥିବା ଏହା ସବୁଠାରୁ ଓଜନିଆ କମ୍ୟୁନିକେସନ ସାଟେଲାଇଟ୍ । ଏହି ଉପଗ୍ରହ ମୁଖ୍ୟତଃ ଭାରତୀୟ ନୌସେନା ପାଇଁ ନିର୍ମିତ ହୋଇଛି । ଏହା ଜାହଜ, ବୁଡ଼ା ଜାହଜ ଏବଂ ବିମାନଗୁଡ଼ିକୁ ସୁରକ୍ଷିତ ତଥା ଉନ୍ନତ ଯୋଗାଯୋଗ ସେବା ଯୋଗାଇବ । ସାମୁଦ୍ରିକ ଏବଂ ରଣନୈତିକ ସଂଯୋଗ ବୃଦ୍ଧିରେ ଏହା ଭୂମିକା ରହିବ । ଏହି ମିଶନ ଦ୍ୱାରା ଭାରତର ମହାକାଶଭିତ୍ତିକ ସାମିରିକ ଓ ବେସାମରିକ ବ୍ୟବସ୍ଥା ମଜଭୁତ ହେବ । ଭବିଷ୍ୟତରେ ହେବାକୁ ଥିବା ଗଗନଯାନ ମିଶନ ପାଇଁ ମଧ୍ୟ ସହାୟକ ହେବ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook