Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

RURAL

ମୁଖ୍ୟ ଖବର

    ଭୋଟ ଗଣତିରେ ଅନିୟମିତତା : ବିଜେପି ପକ୍ଷରୁ ରାସ୍ତାରୋକ

    Share on :
    ajab-Image
    Date: Feb 26, 2017    Views: 90

    ପିପିଲି:  ତ୍ରିସ୍ତରୀୟ ନିର୍ବାଚନରେ ଜିଲା ପରିଷଦର ୨୨ ନମ୍ବର ଜୋନର ଭୋଟ ଗଣତିରେ ଅନିୟମିତତା ହୋଇଥିବାର ଦର୍ଶାଇ ବିଜେପି ପକ୍ଷରୁ ପିପିଲି ବ୍ଳକ ଛକ ଠାରେ ତିନି ଘଂଟା ରାଜପଥ ଅବରୋଧ କରାଯାଇଥିଲା । ପୁରୀ ଉପ-ଜିଲାପାଳ ମଧୁସୂଦନ ଦାଶ, ତହସିଲଦାର ମହେନ୍ଦ୍ର ବଢେ଼ଇ ଏବଂ ଏସଡ଼ିପିଓ ଦିଲ୍ଲୀପ ତ୍ରୀପାଠୀ, ପିପିଲି ଥାନା ଅଧିକାରୀ ସୁଶୀଲ ମିଶ୍ର ଆନେ୍ଦାଳନକାରୀଙ୍କ ସହିତ ଆଲୋଚନା କରି  ୨୨ ନମ୍ବର ଜୋନର ୯ ଗୋଟି ପଂଚାୟତର ପ୍ରତ୍ୟେକ ବୁଥର ଭୋଟ ଫଳାଫଳର ତଥ୍ୟ ଦେବା ପ୍ରତିଶ୍ରୁତି ଦେବାରୁ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିଲା । ବିଜେପି ପକ୍ଷରୁ କୁହାଯାଇଛି ଭୋଟ ଗଣତି ସମୟରେ ୪ଜଣ ଏଜେଂଟ ରହିବା ପାଇଁ ବିଡ଼ିଓ ଅନୁମତି ପ୍ରଦାନ କରିଥିଲେ । ମାତ୍ର ଆଜି ଗଣତି କେନ୍ଦ୍ରକୁ ଯିବାରେ ଏଜେଂଟଙ୍କର ଆବଶ୍ୟକତା ନାହିଁ ବୋଲି କହିଥିଲେ । ବିଜେପି ପକ୍ଷରୁ ଏହାର ପ୍ରତିବାଦ କରାଯିବାରୁ ପ୍ରଥମେ ଜଣକୁ ପରେ ଦୁଇ ଜଣ ରହିବା ପାଇଁ ଅନୁମତି ଦେଇଥିଲେ । ଏଥିରେ ବିଡ଼ିଓ ପୋଲିସ ଲଗାଇ ଦୁଇ ଜଣ ଏଜେଂଟଙ୍କୁ ବାହାର କରିଦେଇଥିଲେ । ୨୨ ନମ୍ବର ଜୋନର ଫଳ ପ୍ରକାଶନ କରିବା ପୂର୍ବରୁ ଗଣତି ପାଖରେ ଉପସ୍ଥିତ ଥିବା ଦୁଇ ଜଣ ଏଜେଂଟକୁ ୱାଡର଼୍ କିମ୍ବା ଗ୍ରାମ ପଂଚାୟତ ଅନୁଯାୟୀ ଏଜେଂଟକୁ ଫଳାଫଳ ଜଣାଇନଥିଲେ । ଏଜେଂଟ ଦ୍ୱୟ ଏ ସମ୍ପର୍କରେ ଜାଣିବାକୁ ଚାହିଁବାରୁ ଉପ-ଜିଲ୍ଲପାଳ ତାଙ୍କୁ ମନା କରିଦେଇଥିଲେ । ପ୍ରଥମେ ସୋସିଆଲ ମିଡ଼ିଆରେ ଫଳାଫଳ ଭାଇରାଲ କରାଯିବା ପରେ ଫଳ ପ୍ରକାଶନ କରାଯାଇଥିବାର ଏଜେଂଟଙ୍କ ପକ୍ଷରୁ ଅଭିଯୋଗ ଉଠିଥିଲା । ଏଥିରେ ନିର୍ବାଚନ ଅଧିକାରୀଙ୍କ ଉପରେ ସନେ୍ଦହ ପ୍ରକାଶ କରି ୨୨ ନମ୍ବର ଜୋନର ଫଳାଫଳକୁ ଅନିୟମିତତା ହୋଇଥିବା ଦର୍ଶାଇ ରାଜରାସ୍ତାକୁ ଓହ୍ଲାଇଥିଲା ବିଜେପି । ପ୍ରାୟ ତିନି ଘଂଟା ଆନେ୍ଦାଳନ ପରେ ପ୍ରଶାସନ ସହିିତ ଆଲୋଚନା କରାଯାଇ ରାସ୍ତାରୋକ ପ୍ରତ୍ୟାହୃତ କରାଯାଇଥିଲା । ଆନେ୍ଦାଳନକୁ କରାଇ ନଦେବା ପାଇଁ ବିଜେଡ଼ି ପକ୍ଷରୁ ବିଜେପି କର୍ମୀ ମାନଙ୍କ ଉପରେ ପୋଲିସଙ୍କ ଉପସ୍ଥିତିରେ ଆକ୍ରମଣ କରାଯାଇଥିବାର ବିଜେପି ପକ୍ଷରୁ କୁହାଯାଇଛି ।  ବିଜେପି ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି, ୨୩ ନମ୍ବର ଜୋନରେ ୫୨୭୦ ଭୋଟରେ ବିଜେଡ଼ି ଜିତି ଥିବା ବେଳେ, ୨୪ ନମ୍ବର ଜୋନରେ ୪୫୫୯ ଖଣ୍ଡ ଭୋଟରେ ବିଜୟ ଲାଭ କରିଛନ୍ତି । ଏହି ହାରରେ  ୨୨ ନମ୍ବର ଜୋନର ଭୋଟ ଫଳାଫଳକୁ ଦେଖିଲେ ଅନିୟମିତତା ସମ୍ପର୍କରେ ପରିଷ୍କାର ଭାବେ ଜାଣି ହେଇଯାଉଛି । ପୁନଶ୍ଚ ୨୩ ଏବଂ ୨୪ ନମ୍ବର ଜୋନରେ କଂଗ୍ରେସ ର ପ୍ରାର୍ଥୀ ଥିଲା ବେଳେ ୨୨ ନମ୍ବର ଜୋନରେ କଂଗ୍ରେସର ପ୍ରାର୍ଥୀ କେହି ନଥିବାରୁ ଏଠାରେ ବିଜେପି ଅଧିକା ଭୋଟ ପାଇଥିବାର ବିଜେପି ପକ୍ଷରୁ କୁହାଯାଇଛି । ଆଜିର ଏହି ଆନେ୍ଦାଳନରେ ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ଜିଲ୍ଲା ସଭାପତି ପ୍ରଭନ ମହାପାତ୍ର, ଉପ-ସଭାପତି, ଜନ୍ମେୟ ଜେନା, ଜିଲ୍ଲା ପ୍ରାର୍ଥୀନି ମୀନା ଦେଇ, ଶୁଶ୍ରୀ ସଙ୍ଗିତା ମହାପାତ୍ର, ଅନୁପ ପରିଡ଼ା, ସନ୍ତୋଷ ମିଶ୍ର, ଚିନ୍ମୟ ମହାପାତ୍ର, ଭବାନୀ ଶଙ୍କର ସାହୁ, ସୁଧାଂଶୁ ଶେଖର ତ୍ରିପାଠୀଙ୍କ ସହିତ ଶତାଧିକ ବିଜେପି କର୍ମୀ ଏହି ଆନେ୍ଦାଳନରେ ଥିଲେ ।

    Maximum 500 characters

    Find Us on Facebook