Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

RURAL

ମୁଖ୍ୟ ଖବର

    ୧ଲକ୍ଷ ୨୭ହଜାର ଛୁଇଁଲା ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ

    Share on :
    ajab-Image
    Date: Feb 26, 2017    Views: 99

    ରାଜନଗର:  ବିଶ୍ୱପ୍ରସିଦ୍ଧ ଗହିରମଥା ସାମୁଦ୍ରିକ ଅଭୟାରଣ୍ୟ । ବିରଳ ଅଲିଭରିଡଲେ କଇଁଛର ଅନ୍ତୁଡିଶାଳ ଭାବେ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରେ । ଅଲିଭରିଡଲେ କଇଁଛର ଚାଲିଛି ପ୍ରଜନନ ଋତୁ । ଚତୁର୍ଥ ଦିନରେ ୧ଲକ୍ଷ ୨୭ହଜାର କଇଁଛ ଅଣ୍ଡାଦାନ କରିଛନ୍ତିା ନାଶୀ-୧ରେ ୧ହଜାର ୩୪୧, ନାଶୀ-୨ ରେ ୧ଲକ୍ଷ ୨୫ହଜାର ୬୪୭ କଇଁଛ ଅଣ୍ଡା ଦେଇଛନ୍ତି  ।  ସୂର୍ଯ୍ୟାସ୍ତରୁ ସୂର୍ଯେ୍ୟାଦୟ ମଧ୍ୟରେ ଏହି କଇଁଛ ମାନେ ସମୁଦ୍ରରୁ  ଦଳ ଦଳ ହୋଇ ଉଠିଆସି ବାଲୁକା ଶଯ୍ୟାରେ  ପ୍ରାୟ ଦେଢ ଫୁଟରୁ ଦୁଇ ଫୁଟ ନିଜ ଗୋଡରେ   ଗାତ ଖୋଳି  ୮୦ରୁ ୧୨୦ବା ୧୩୦ପର୍ଯ୍ୟନ୍ତ ଅଣ୍ଡା ଦେବାପରେ  ବାଲି ଘୋଡାଇ ଦେଇଥାନ୍ତିା ଏହାପରେ ସମୁଦ୍ରକୁ ଚାଲି ଯାଇଥାନ୍ତି  । ଏହି ଅଣ୍ଡାଦାନ  ସମୟରେ ଓ ପରେ  ଛଚାଂଣ, କାଉ, ସମୁଦ୍ର କାଉ, ଗୋଧି, ବିଲୁଆ   କୁକୁର ପ୍ରଭୃତି ଜୀବଜନ୍ତୁ  ସେମାନଙ୍କୁ  ମାରିଦେବା ସହ  ସେମାନଙ୍କ ଅଣ୍ଡା ଖାଇଦେଇଥାନ୍ତି । ସେମାନଙ୍କ  ଦାଉରୁ ସୁରକ୍ଷା ଦେବା ପାଇଁ ବନ ବିଭାଗର ତିନୋଟି ଦଳ ଗଠନ କରାଯାଇଛି । ଗହିର ମଥା ରେଞ ଅଫିସର ସୁବ୍ରତ ପାତ୍ରଙ୍କ  ପ୍ରତ୍ୟକ୍ଷ ତତ୍ୱାବଧାନରେ ଗଠିତ ତିନୋଟି ଦଳରେ  ଡେପୁଟି ରେଞର ତ୍ରିଲୋଚନ ବେହେରା , ଫରେଷ୍ଟର ଅଭିମନୁ୍ୟ ତରାଇ, ବିଭୂତି ତରାଇ, ଫରେଷ୍ଟ ଗାର୍ଡ ଦେବ ପ୍ରସାଦ ମୁଣ୍ଡା, ତି୍ରଦୀବ ପ୍ରଧାନଙ୍କ ସହ ଅନ୍ୟ ବନ କର୍ମଚାରୀ ସାମିଲ ହୋଇଛନ୍ତି । ପ୍ରତି ଦଳରେ ୧୦ ଜଣ ସାମିଲ ଅଛନ୍ତି । ତୃତୀୟ ପର୍ଯ୍ୟାୟ ସୁଦ୍ଧା ଏହି ଗଣଅଣ୍ଡାଦନ ହୋଇଥିବା ରେଂଜ ଅଫିସର ସୁବ୍ରତକୁମାର ପାତ୍ର ସୂଚନା ଦେଇଛନ୍ତି ।

    Maximum 500 characters

    Find Us on Facebook