Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

RURAL

ମୁଖ୍ୟ ଖବର

    ନିଖୋଜ ମହିଳାଙ୍କ ଶବ ଉଦ୍ଧାର

    Share on :
    ajab-Image
    Date: Feb 26, 2017    Views: 97

    କଣାସ: କଣାସ ଥାନା ଅନ୍ତର୍ଗତ ଗଡବଳଭଦ୍ରପୁର ଗ୍ରାମନିକଟ ଦୟାନଦୀରୁ ଗତକାଲି ନିଖୋଜ ହୋଇଥିବା ଚକ୍ରଧର ସାମରନ୍ତସିଂହାରଙ୍କ ପତ୍ନୀ ଜୟନ୍ତୀ ସାମନ୍ତସିଂହାର ୪୦ବର୍ଷଙ୍କର ମୃତଶରୀରକୁ ଦୟାନଦୀ ଗର୍ଭରୁ ଉର୍ଦ୍ଧାର କରିଥିବା ଜଣାପଡିଛି  । ଖବର ନେବାରେ ଜଣାପଡିଛି ଜୟନ୍ତୀ ଗତକାଲି ସଂଧ୍ୟାରେ ଗାଧୋଇବା ପାଇଁ ଦୟାନଦୀକୁ ଆସିଥିଲେ  । ଘରକୁ ନଫେରିବାରୁ ପରିବାର ଲୋକ ବହୁ ସମୟ ଖୋଜାଖୋଜି କରି ନପାଇବାରୁ କଣାସ ଦମକଳ ବାହିନୀକୁ ଖବର ଦେଇଥିଲେ  । କଣାସ ଦମକଳବାହୀନର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ଦୁଇଘଣ୍ଟା ଧରି ନଦୀ ଗର୍ଭରେ ଖୋଜାଖୋଜି କରିବାପରେ ଜୟନ୍ତୀଙ୍କ ଶବକ ଉଦ୍ଧାର କରିଥିଲେ  ।

    Maximum 500 characters

    Find Us on Facebook