Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

RURAL

ମୁଖ୍ୟ ଖବର

    ବୋହୂ ଓ ଶ୍ୱଶୁରଙ୍କ ଆତ୍ମହତ୍ୟା

    Share on :
    ajab-Image
    Date: Feb 26, 2017    Views: 96

    ରଘୁନାଥପୁର : ଶ୍ୱଶୁରଙ୍କ ନିର୍ଯ୍ୟାତନା ସହିନପାରି ବୋହୂ ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିବା ପରେ ଶ୍ୱଶୁର ଅପବାଦରୁ ବଂଚିବା ହେବା ପାଇଁ ପୋଖରିରେ ବୁଡି ଆତ୍ମହତ୍ୟା କରିଛନ୍ତି । ଘଟଣାାରୁ ପ୍ରକାଶ, ରଘୁନାଥପୁର ଥାନା ଅନ୍ତର୍ଗତ ରାଧାନଗର ଗ୍ରାମର ବାବାଜି ଚରଣ ସ୍ୱାଇଁଙ୍କ ପୁଅ ବନବିହାରୀ ସ୍ୱାଇଁ ତିର୍ତ୍ତୋଲ ଥାନା ଅନ୍ତର୍ଗତ ଭରାଗୋଳ ଗ୍ରାମର ଲଲାଟେନ୍ଦୁ ମନ୍ତ୍ରୀଙ୍କ ଝିଅ ପୁଷ୍ପାଳି ମନ୍ତ୍ରୀଙ୍କୁ ଗତ ୨୦୧୬ ମସିହା ଜୁନ୍ ୨୯ ତାରିଖରେ ବୈଦିକ ମତରେ ବିବାହ କରାଇଥିଲେ । ବିଭାଘରର ୧୬ ଦିନ ପରେ ପୁଷ୍ପାଳି ଶାଶୂଙ୍କର ଦେହାନ୍ତ ହୋଇଥିଲା । ଶାଶୂଙ୍କ ଦେହାନ୍ତପରେ ଶ୍ୱଶୁର ବାବାଜୀ ବୋହୂ ଉପରେ ବିଭିନ୍ନ ପ୍ରକାର ନିର୍ଯ୍ୟାତନା ଦେଇ ଆସୁଥିଲେ । ବୋହୁ ପୁଷ୍ପାଳି ଏ ସମ୍ପର୍କରେ ନିଜ ବାପ ଘରକୁ ଜଣାଇଥିଲେ । ପୁଷ୍ପାଳିର ବାପ ଘର ଲୋକେ ଝିଅ ଘରକୁ ଆସି ତାଙ୍କର ବନ୍ଧୁ ବାନ୍ଧବ ଓ ଭଦ୍ର ଲୋକଙ୍କୁ ବସାଇ ଆଳାପ ଆଲୋଚନା ମାଧ୍ୟମରେ ଏହାର ମୌଖିକ ସମାଧାନ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ପୁଷ୍ପାଳିର ସ୍ୱାମୀ ବନବିହାରୀ ସ୍ୱାଇଁ ପାରାଦ୍ୱୀପରେ ରହି ଏସ୍ଆର୍ରେ ଚାକିରି କରିଛନ୍ତି । ଗତକାଲି ଅପରାହ୍ନ ୨ଟାରେ ଶ୍ୱଶୁର ବାବାଜୀ ସ୍ୱାଇଁ ତାଙ୍କ ବୋହୁଙ୍କୁ ନିର୍ଯ୍ୟାତନା ଦେଇଥିଲା । ବୋହୁ ପୁଷ୍ପାଳି ସଙ୍ଗେ ସଙ୍ଗେ ତାର ବାପାଙ୍କୁ ଟେଲିଫୋନ୍ରେ ଜଣାଇ ତାଙ୍କୁ ତୁରନ୍ତ ଏଠାରୁ ନେଇଯିବାପାଇଁ ଅନୁରୋଧ କରିଥିଲା । ପୁଷ୍ପାଳିର ଭାଇ ତାରେଣି ପ୍ରସାଦ ମନ୍ତ୍ରୀ ଘରୁ ଆସି ଭଉଣି ଘର ରାଧାନଗରେ ଅପରାହ୍ନରେ ୫ଟାରେ ପହଂଚି ଦେଖିଲା  । ଭଉଣୀ ଘର ରୁମ୍ଟି ବନ୍ଦ ଅଛି ଓ ଶ୍ୱଶୁର ଘରେ ନାହାଁନ୍ତି । ପଡୋଶୀ ଲୋକଙ୍କୁ ଡକାଇ ଘରଟିକୁ ଖୋଲି ଦେଖିଲା ତାର ଭଉଣୀ ବେକରେ ଲୁଗା ବାନ୍ଧି ଫ୍ୟାନ୍ରେ ଝୁଲିଅଛି । ଫ୍ୟାନ୍ରୁ ଲୁଗା ଖୋଲି ତାର ମୃତ ଭଉଣୀକୁ ତଳକୁ ଆଣିଥିଲେ । ଏ ସମ୍ପର୍କରେ ପୁଷ୍ପାଳିର ଭାଇ ତାର ବାପା ଓ ଗ୍ରାମବାସୀଙ୍କୁ ଡକାଇଥିଲେ  । ପୁଷ୍ପାଳିର ବାପା ଲଲାଟେନ୍ଦୁ ଏ ସମ୍ପର୍କରେ ରଘୁନାଥପୁର ଥାନାରେ ଏତାଲା ଦେଇଥିଲେ । ମାତ୍ର ଆଜି ସକାଳୁ ଶ୍ୱଶୁରଙ୍କ ମୃତ ଦେହ ଗ୍ରାମର ଏକ ପୋଖରୀରେ ମରି ଭାସୁ ଥିବାର ଲୋକମାନେ ଦେଖି ପୋଲିସ୍କୁ ଖବର ଦେଇଥିଲେ । ତିର୍ତ୍ତୋଲ ଏସ୍ଡିପିଓ ଶିବ ଚରଣ ମଲ୍ଲିକ, ରଘୁନାଥପୁର ଥାନା ଆଇଆଇସି ରଂଜନ କୁମାର ମଲ୍ଲିକ, ଏସ୍ଆଇ ରବିନାରାୟଣ ଲେଙ୍କା ଘଟଣା ସ୍ଥଳରେ ପହଂଚି ବୋହୁ ଓ ଶ୍ୱଶୁରର ଶବକୁ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇବା ସହିତ ଦୁଇଟି ମାମଲା ରୁଜୁ କରିଛନ୍ତି । ପୁଷ୍ପାଳିର ବାପ ଘର ଦେଇଥିବା ସମସ୍ତ ସୁନା ଅଂଳକାର ଓ ଅନ୍ୟନ୍ୟା ଯୋ÷÷ତୁକ ସାମଗ୍ରୀକୁ ପୋଲିସ୍ ଜବତ କରି ତାର ବାପା ଲଲାଟେନ୍ଦୁଙ୍କୁ ହସ୍ତାନ୍ତର କରିଛନ୍ତିା ଏଠାରେ ପ୍ରକାଶ ଥାଉକି ମୃତ ବାବାଜୀ ସ୍ୱାଇଁଙ୍କର ଶବ ପୋଖରୀରୁ ଉଦ୍ଧାର କରିବା ପରେ ତାର ହାତ ଦୁଇଟି ଏକ ଗାମୁଛାରେ ବନ୍ଧା ଜାଇଥିବା ଦେଖାଯାଇଥିଲା । ତେଣୁ ଶ୍ୱଶୁର ବାବାଜୀ ପ୍ରକୃତରେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ମାରି ପୋଖରୀରେ ଫୋପାଡିଦେଇଛନ୍ତି ତାହା ତଦନ୍ତ ସାପେକ୍ଷ ।

    Maximum 500 characters

    Find Us on Facebook