Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

RURAL

ମୁଖ୍ୟ ଖବର

    ନଦୀ ପଠାରୁ ମିଳିଲା ଶିବ ଲିଙ୍ଗ, ତମ୍ବା ନାଗ ଓ ତ୍ରିଶୂଳ

    Share on :
    ajab-Image
    Date: Feb 26, 2017    Views: 89

    ବେତନଟୀ : ଶିବରାତ୍ରୀରେ ବୈଶିଙ୍ଗା ଥାନା ଅଧୀନ ବେଲଡିହା ଗ୍ରାମ ନିକଟରେ ଥିବା ବାଉଁଶ ନଦୀ ତୁଠରେ ମହାଦେବ ଶିବଙ୍କର ଏକ ଜ୍ୟୋର୍ତିଲିଙ୍ଗ, ଛୋଟବଡ ମିଶି ୩୦ଟି ତମ୍ବା ନାଗ, ତ୍ରିଶୂଳ ଛୋଟବଡ ମିଶି ୨୨ଟି ଦେଖିବାକୁ ମିଳିଛି । ଗ୍ରାମର ପିଲା ମାନେ ଏହି ନଦୀ ତୁଠରେ ଗାଧୋଇବାକୁ ଯିବା ବେଳେ ଏହାକୁ ଦେଖି ଗ୍ରାମରେ ଖବର ଦେଇ ଥିଲେ । ପରେ ଖବରଟି ଚାରି ଆଡେ ପ୍ରଚାର ହୋଇ ଯାଇ ଥିଲା । ଏହି ଅଲୌକିକ ଆବିର୍ଭାବ ଦେଖିବାକୁ ପ୍ରବଳ ଜନ ସମାଗମ ହୋଇଛି । ବିଶେଷ କରି ଶିବରାତ୍ରୀ ତିଥିରେ ଏପରି ଆବିର୍ଭାବ ହେତୁ ଲୋକଙ୍କ ମନରେ ଧାର୍ମିକ ଭାବନା ଜାତ ହୋଇ ଥିଲା । ଲୋକ ମାନେ ଫୁଲ, ଦୀପ ଓ ଧୂପ ଦେଇ ଲିଙ୍ଗଙ୍କୁ ପୂଜାର୍ଚ୍ଚନା କରି ଥିଲେ ।
    ବେଲଡିହା ଗ୍ରାମର ବଂଶୀଧର ବେହେରା, ଭବେଶ ମହାନ୍ତ, ମଙ୍ଗଳୁରାମ ମହାନ୍ତ, ରାଧାକୃଷ୍ଣ ମହାନ୍ତ, ଶମ୍ଭୁନାଥ ମହାନ୍ତ, ସର୍ବେଶ୍ୱର ମହାନ୍ତ, ମଡିଆ ମହାନ୍ତ, ବିନେନ୍ଦ୍ର ମହାନ୍ତ, ଉପେନ୍ଦ୍ର ମହାନ୍ତ, ଲମ୍ବୋଧର ମହାନ୍ତ, ଭୀମ ସିଂ, ମନୋରଞ୍ଜନ ବେହେରା, ଗଣେଶ୍ୱର ମହାନ୍ତ, ରାମଚନ୍ଦ୍ର ମହାନ୍ତ ପ୍ରମୁଖ ଗ୍ରାମରେ ବୈଠକ ଡାକି ଏହି ଶିବ ଶମ୍ଭୁଙ୍କୁ ଗ୍ରାମରେ ପ୍ରତିଷ୍ଠା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଗ୍ରାମର ବାରୁଡିହି ଛକରେ ଏକ ଛୋଟ ମନ୍ଦିର ନିର୍ମାଣ କରା ଯାଇ ସେଠାରେ ଏହି ଶିବ ଲିଙ୍ଗଙ୍କୁ ରଖି ପୂଜାର୍ଚ୍ଚନା କରା ଯାଉଛି । ଏହି ପୂଜା ଓ ପ୍ରତିଷ୍ଠା ଯଜ୍ଞ ପାଇଁ ପୁରୋହିତ ପ୍ରଫୁଲ୍ଲ କୁମାର ମିଶ୍ର, ସର୍ବେଶ୍ୱର ମିଶ୍ର, ଦୀପ୍ତିରଞ୍ଜନ ମିଶ୍ର ଓ ଜ୍ଞାନରଞ୍ଜନ ମିଶ୍ର ପ୍ରମୁଖଙ୍କୁ ନିଯୁକ୍ତ କରା ଯାଇଛି । ଅଞ୍ଚଳର ସମାଜସେବୀ ସର୍ବେଶ୍ୱର ସାହୁଙ୍କ କହିବା ଅନୁଯାୟୀ ବାବା ଯେଉଁ ସ୍ଥାନରେ ଆବିର୍ଭାବ ହୋଇଛନ୍ତି ତାକୁ ଯଦି ସଠିକ ଭାବେ ଉନ୍ନତି କରା ଯାଇ ଭଲ ମନ୍ଦିରଟିଏ ନିର୍ମାଣ କରା ଯିବ ତେବେ ଦିନେ ଏହା ପର୍ଯ୍ୟଟନ ସ୍ଥଳର ମାନ୍ୟତା ପାଇବ ବୋଲି ମତ ପ୍ରକାଶ କରିଛନ୍ତି । ଏହି ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଗୁପ୍ତ ସ୍ଥାନରୁ ବାହାରି ଥିବାରୁ ଏହି ଶିବଙ୍କ ନାମ ଗୁପ୍ତେଶ୍ୱର ରଖାଯିବ ବୋଲି ଗ୍ରାମବାସୀଙ୍କ ମୁହଁରୁ ପ୍ରକାଶ ପାଉଛି ।

    Maximum 500 characters

    Find Us on Facebook