Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

RURAL

ମୁଖ୍ୟ ଖବର

    ପୋଖରୀ ତୁଠରୁ ମିଳିଲା ବାଲାଟ୍ ପେପର

    Share on :
    ajab-Image
    Date: Feb 24, 2017    Views: 94

    ଖୋର୍ଦ୍ଧା: ଖୋର୍ଦ୍ଧା ବ୍ଲକର ୨ନଂ ଜୋନର ସ୍ଥାନୀୟ କୁରାଢମଲ୍ଲ ପଂଚାୟତ ସିଆଳିଆ ପାଟଣା ଗ୍ରାମର ଏକ ପୋଖରୀ ନିକଟରୁ ଗୁରୁବାର ଏକ  ବାଲାଟ୍ ପେପରକୁ ଗ୍ରାମବାସୀ ଉଦ୍ଧାର କରିଥିବାବେଳେ ବିରୋଧୀ ସ୍ୱଚ୍ଛ ନିର୍ବାଚନ ପରିଚାଳନା ଉପରେ ଅଭିଯାଗ ଉଠାଇଛନ୍ତି । ପ୍ରକାଶ ଯେ, ଗତ ୨୧ ତାରିଖ ଥିଲା ତ୍ରିସ୍ତରିୟ ପଂଚାୟତ ନିର୍ବାଚନର ଶେଷ ତାରିଖ । ଏନେଇ ଖୋର୍ଦ୍ଧା ବ୍ଲକର ୧, ୨ ଓ ୩  ନଂ ଜୋନରେ ନିର୍ବାଚନ ଶାନ୍ତିଶୃଙ୍ଖଳା ସହ ଶେଷ ହୋଇଥିଲା । ଏଥିରେ ୩ଟିଯାକ ଜୋନ ଶାସକ ବିଜେଡି ହାତରେ ପଡିଥିଲା । ସରକାରୀ ଭାବେ ଏହା ଘୋଷାଣା କରାଯାଇ ନଥିଲେ ମଧ୍ୟ ବେସରକାରୀ ତଥ୍ୟରୁ ଏହି ଖବର ହସ୍ତଗତ ହୋଇଥିଲା । ଏଥିରେ ୨ନଂ ଜୋନରୁ ବିଜେଡିର ପ୍ରଫୁଲ୍ଲ ଦଳାଇ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ସେକ୍ ମନସୁର ଅଲ୍ଲୀଙ୍କୁ ପରାସ୍ତକରି ବିଜୟ ହାସଲ କରିଥିଲୋ ତେବେ ଗୁରୁବାର ସିଆଳିଆ ପାଟଣା ଗ୍ରାମର ଏକ ପୋଖରୀ ନିକଟରୁ ଏକ ଅସଲି ବ୍ୟାଲାଟ୍ ପେପରକୁ ଗ୍ରାମବାସୀ ଉଦ୍ଧାର କରିଥିଲେ । ଏହା ଜିଲା ପରିଷଦ ସଭ୍ୟଙ୍କ ପାଇଁ ଉଦ୍ଧିଷ୍ଟ ଯାହାର କ୍ରମିକ ସଂଖ୍ୟା-୨୯୯ ଓ ଏଥିରେ ପ୍ରିଜାଇଡିଙ୍ଗ ଅଫିସର ବିଜୟ ନାୟକଙ୍କ ଦସ୍ତଖତ ଓ ଷ୍ଟାମ୍ପ ଥିବା ପରିଲକ୍ଷିତ ହୋଇଛି । ତେବେ ଆଜି ଏହି ବାଲାଟ୍ ପେପର ମିଳିଥିବା ବେଳେ ପରାଜିତ ପ୍ରାର୍ଥୀ ସେକ୍ ମନସୁର ଅଲ୍ଲୀ କହିଛନ୍ତି ଯେ ଏହା ଉପରେ ସେ ଆଇନର ଆଶ୍ରୟ ନେବାସହ ଜିଲା ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କରିବେ ।

    Maximum 500 characters

    Find Us on Facebook