Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ବିପଜ୍ଜନକ ରସାୟନ ଲିପଷ୍ଟିକ୍

    Share on :
    ajab-Image
    Date: Nov 4, 2023    Views: 5252

    ପ୍ରତ୍ୟେକ ଦିନ ମନୁଷ୍ୟ ଅନେକ ବିପଜ୍ଜନକ ରସାୟନ ସଂସ୍ପର୍ଶରେ ଆସୁଛି । ଘର, କାର୍ଯ୍ୟାଳୟ, ବଜାର ପ୍ରାୟ ସବୁଠି ଗୋଟିଏ ପ୍ରକାରର ରସାୟନିକ ପିଏଫ୍ଏଏସ୍ ତଥା ପର ଆଣ୍ଡ ପାଲିଫ୍ଲୁରୋକାଇଲ ରହିଛି । ଏହାକୁ ସବୁ ସ୍ଥାନରେ ଉପସ୍ଥିତ ଥିବା ରସାୟନିକ କୁହାଯାଏ । ଏହି ପିଏଫ୍ଏଏସ୍କୁ ଅଣଦେଖା କରିବା ଅସମ୍ଭବ । କାରଣ ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବା ଅନେକ ସାମଗ୍ରୀରେ ଏହାକୁ ବ୍ୟବହାର କରାଯାଉଛି । ମନୁଷ୍ୟ ଜୀବନକୁ ସରଳ ବନାଉଥିବା ଏହି ରାସାୟନିକ ପରିବଶେରୁ କେବେ ନଷ୍ଟ ହେଉନାହିଁ । ଜୀବନ ପାଇଁ ବିପଦ ସୃଷ୍ଟି ହେଉଛି । ଏହାକୁ ମନୁଷ୍ୟ  ନିଜେ ସୃଷ୍ଟି କରିଛି ।

    ଚୀନ୍ ୧୯୮୦ରେ ଏହି ପିଏଫ୍ଏଏସ୍ ବନାଇଥିଲା । ଏହି ରାସାୟନିକ କୈାଣସି ଦାଗ ସୃଷ୍ଟି କରିନଥାଏ ଏବଂ ପାଣିରେ ମଧ୍ୟ ମିଶେ ନାହିଁ । ଏହା ଦୀର୍ଘଦିନ ପର୍ଯ୍ୟନ୍ତ ରହିଥାଏ ଏବଂ ଖରାପ ହୋଇନଥାଏ ।ଲିପଷ୍ଟିକ୍, ପୋଷାକ, ବାସନକୂସନରେ ଏହି ରାସାୟନିକ ରହିଛି । ଏହା ପାଣି, ଖାଦ୍ୟ ଏବଂ ବାୟୁ ଦେଇ ମନୁଷ୍ୟ ଶରୀରରେ ପ୍ରବେଶ କରିଥାଏ । ଏହାଦ୍ୱାରା ମହିଳାଙ୍କ ନିଃସନ୍ତାନ ସମସ୍ୟା ଏବଂ କର୍କଟ ରୋଗ ବଢିବାରେ ଲାଗିଛି । ୨୦୧୫ରେ ଆମେରିକାରେ ୯୭ ପ୍ରତିଶତ ଲୋକଙ୍କ ରକ୍ତରୁ ଏହି ରାସାୟନିକ ମିଳିଥିଲା ।

    ଆମେରିକା ଓ କାନାଡ଼ାରେ ୨୦୦ରୁ ଅଧିକ ପ୍ରସାଧନ ସାମଗ୍ରୀରୁ ଏହି ରାସାୟନିକ ମିଳିଛି । ୨୦୧୬ରେ କାନାଡାÿ ଏବଂ ୨୦୨୨ରେ ୟୁରୋପରେ ଅନେକ ରାଷ୍ଟ୍ରରେ ଏହାକୁ ନିଷିଦ୍ଧ  କରାଯାଇଛି । ଶୀତଦିନେ ଏବଂ ତେଲିଆ ତ୍ୱଚା ପାଇଁ ସ୍ୱତନ୍ତ୍ର ପ୍ରକାରର ପ୍ରସାଧନ ସାମଗ୍ରୀ ବ୍ୟବହାର ଆସିଥାଏ । ଏହା ତେଲିଆମୁକ୍ତ ଓ  ୱାଟର ଫ୍ରୁଫ ହୋଇଥାଏ । ବଡ଼ିଲୋସନ, ଲିପଷ୍ଟିକ୍, ନେଲ ପଲିସ୍ , ଫାଉଣ୍ଡେସନ, ଆଇସ୍ୟାଡେ଼ା ଏବଂ ମସ୍କରାରେ ପିଏଫ୍ଏଏସ୍ର ବ୍ୟବହାର ହୋଇଥାଏ । ଏହି ରାସାୟନିକ ଦୀର୍ଘଦିନ ଧରି ତ୍ୱଚାରେ ରହିଥାଏ । 

    ରୋଷେଇ ଘରେ ବ୍ୟବହୃତ ହେଉଥିବା ନନ୍ଷ୍ଟିକ୍ ବାସନରେ ଏହି ରାସାୟନିକ ବ୍ୟବହୃତ ହେଉଛି । ଏହାଦ୍ୱାରା ତେଲର ପ୍ରଭାବ ପଡ଼ିନଥାଏ । ଏହା ବାସନକୁ ଚିକିଟା ହେବାକୁ ଦେଇନଥାଏ । ଏପରି ବାସନକୁସନରେ ଖାଦ୍ୟ ଖାଇବା ଅନୁଚିତ୍ । ଏହା ବ୍ୟତୀତ ସ୍ୟାଣ୍ଡୱିଚ୍ , ବର୍ଗର, ଫ୍ରେଂଚ ଫ୍ରାଇଜ୍ , ପିଜ୍ଜା ଭଳି ଖାଦ୍ୟ ପଦାର୍ଥର ପ୍ୟାକିଂ ପାଇଁ ପ୍ରସ୍ତୁତ କଭର ଏବଂ ବାକ୍ସରେ ପିଏଫ୍ଏଏସ୍ ବ୍ୟବହାର କରାଯାଏ । ମାଇକ୍ରୋୱେଭ ପପକର୍ଣ୍ଣ ବ୍ୟାଗ୍ ଏହି ରାସାୟନିକ ପକାଯାଉଛି ।  ଏହି ରାସାୟନିକ ବଡ଼ଲୋକଙ୍କ ସହିତ ଶିଶୁଙ୍କ ପାଇଁ ମଧ୍ୟ ବିପଦଜନ୍ନକ । ସେଂଟର ଫର ଡ଼ିଜିଜ୍ କଂଟ୍ରୋଲ ଆଣ୍ଡ ପ୍ରଭେନସନର ନ୍ୟାସନାଲ ହେଲ୍ଥ ଆଣ୍ଡ ନୁ୍ୟଟିସନ୍ ଏକ୍ସାମିନେସନର ସର୍ଭେ ଅନୁଯାୟୀ ୯୮ ପ୍ରତିଶତ ମହିଳାଙ୍କ ରକ୍ତରୁ ଏହି ପିଏଫଏଏସ୍ ମିଳିଛି । ଜନ୍ମ ପୂର୍ବରୁ ଶିଶୁର ଶରୀରରେ ମଧ୍ୟ ଏହି ରାସାୟନିକ ମିଳିଛି ।  

    Maximum 500 characters

    ବିଶେଷ View all

    Find Us on Facebook