ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲର ସୁପର ସ୍ପେସାଲିଟି ବିଭାଗରେ ଏଥର ଅଧିକ ରୋଗୀ ଚିକିସôିତ ହେବେ । ଏହି ବିଭାଗ ଗୁଡ଼ିକ ମଧ୍ୟ ସାଧାରଣ ଓପିଡି ଭଳି ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ । ପୂର୍ବରୁ କେବଳ ଗୋଟିଏ ଓଳି ଖୋଲା ରହୁଥିବା ହୃଦରୋଗ ନୁ୍ୟରୋଲୋଜି, ନେଫ୍ରାଲୋଜି, ଏଣ୍ଡୋକ୍ରାଇନୋଲୋଜି ବିଭାଗ ରୋଗୀ ରହିଥିଲେ ସମ୍ପୂର୍ଣ୍ଣ ସମୟ ଖୋଲା ରହିବ ବୋଲି ନିଦେ୍ର୍ଧଶକ ଡାକ୍ତର ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି । ଶ୍ରୀ ସାହୁ କହିଛନ୍ତି ଯେ, ରୋଗୀ ଥିଲେ ଏହି ସମସ୍ତ ବିଭାଗ ଓପିଡି ଦିନ ସାରା ଖୋଲା ରହିବ । ଏଥିରେ ରୋଗୀମାନେ ସୁବିଧା ପାଇବେ । ସକାଳେ ସେଥିପାଇଁ ଧାଡି ନକରି ୮.୩୦ ବେଳୁ ହିଁ ଧାଡି କରିବାକୁ ସେ ପରାମର୍ଶ ଦେଇଛନ୍ତି ।
ସୂଚନା ଅନୁସାରେ ପୂର୍ବରୁ ଘୃଦରୋଗ ନେଫ୍ରାଲୋଜି, ଏଣ୍ଡୋକ୍ରାଇନୋଲୋଜି ବିଭାଗ ଗୋଟିଏ ଅଳି ଖୋଲା ରହିଲା ବେଳେ ନୁ୍ୟରୋଲୋଜି ବିଭାଗ ଗୋଟିଏ ଓଳି ଓ ଦୈନିକ ୪୦ ଜଣ ରୋଗୀ ଚିକିସôିତ ହେଉଥିଲେ ।ତେଣୁ ରୋଗୀମାନେ ରାତୀରୁ ପଞ୍ଜୀକରଣ କେନ୍ଦ୍ର ସମ୍ମୁଖରେ ପଡିରହୁଥିଲେ । ଏବେ ଆଉ ଏହି ପ୍ରାୟତଃ ୍ଅସୁବିଧା ରହିବନି ଅସୁବିଧା ରହିବନି ବୋଲି ହସ୍ପିଟାଲ କରଫରୁ ସୂଚନା ଦିଆଯାଇଛି । କିଛି ଦିନ ମଧ୍ୟରେ ଏହି ସମସ୍ତ ବିଭାଗରେ ନିୟମିତ ଡାକ୍ତର ଯୋଗ ଦେବେ ।
ଅପରୋପକ୍ଷରେ ଆସନ୍ତା କାଲିଠୁ ସକାଳ ୯ରୁ ସନ୍ଧ୍ୟା ୫ଠା ପର୍ଯ୍ୟନ୍ତ ଏନଏମସି ଗାଇଡି ଲାଇନ ଅନୁସାରେ ଓପିଡି ଖୋଲା ରହିବ । ଦିନ ୧ଟାରୁ ୨ଟା ମଧ୍ୟାନ ଭୋଜନ ବିରତୀ ରହିବ । ୮.୩୦ ରୁ ୧୨.୩୦ ଓ ୧.୩୦ରୁ ୪.୩୦ ପର୍ଯ୍ୟନ୍ତ ପଞ୍ଜୀକରଣ ଗୃହ ଖୋଲା ରହିବ ବୋଲି କେପିଟାଲ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହ ନମୁ ନା ସଂଗ୍ରହ କେନ୍ଦ୍ର ମଧ୍ୟ ଓପିଡି ସମୟରେ ଖୋଲା ରହିବ । ଜରୁରୀକାଳିନ ବିଭାଗ ପୂର୍ବ ଭଳି ୨୪ ଘଣ୍ଟା ଖୋଲୋ ରହିବ ।
Comments ସମସ୍ତ ମତାମତ 0