Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଜଗବନ୍ଧୁ ଚାନ୍ଦଙ୍କ ଜାମିନ ଆବେଦନ ଖାରଜ

    Share on :
    ajab-Image
    Date: Dec 1, 2022    Views: 3902

    ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଜାମିନ୍ ଆବେଦନ ଗତକାଲି ଖାରଜ ହୋଇଥିବା ବେଳେ ଆଜି ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ବି ସମାନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ଭୁବନେଶ୍ୱର ଏଡିଜେ-୨ ତାଙ୍କ ଜାମିନ ଆବେଦନ ଖାରଜ କରି ଦେଇଛନ୍ତି। ଫଳରେ ଜେଲ୍‌ରୁ ମୁକୁଳିବା ଆଶା ରଖିଥିବା ଚାନ୍ଦ ଦମ୍ପତିଙ୍କୁ ମିଳିଛି ଶକ୍ତ ଧକ୍କା ।

    ଶ୍ରଦ୍ଧାଞ୍ଜଳିଙ୍କୁ ବ୍ୟବହାର କରି ଟଙ୍କା ଆଦାୟ ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲ୍‌ରେ ଥିବା ଜଗବନ୍ଧୁ ଜାମିନ ଆବେଦନ କରିଥିଲେ। ମାତ୍ର ଆଜି ତାଙ୍କ ଜାମିନ ଆବେଦନ ଖାରଜ ହୋଇ ଯାଇଛି।

    ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ୩ କୋଟି ଟଙ୍କା ବ୍ଲାକମେଲିଂ ମାମଲାରେ ଭୁବନେଶ୍ୱର ଔଗୠଉ-୩ରେ ଅର୍ଚ୍ଚନାଙ୍କ ଜାମିନ୍ ଆବେଦନ ଗତକାଲି ଖାରଜ ହୋଇଥିଲା। ତଳ କୋର୍ଟରେ ଜାମିନ ଆବେଦନ ଖାରଜ ପରେ ଅର୍ଚ୍ଚନା ଉପର କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଜିଲ୍ଲା ଓ ଦୌରାଜଜ୍‌ଙ୍କ କୋର୍ଟରେ ପୁଣି ସେ ଜାମିନ ଆବେଦନ କରିଛନ୍ତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook