Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆରବିଆଇ ଆଜି ଜାରି କରିବ ଡିଜିଟାଲ ରୁପି

    Share on :
    ajab-Image
    Date: Dec 1, 2022    Views: 3691

    ନୂଆଦିଲ୍ଲୀ: ଆରବିଆଇ ଆଜି ଜାରି କରିବ ଡିଜିଟାଲ ରୁପି । ପରୀକ୍ଷାମୂଳକ ଭାବେ ଦେଶର ୪ଟି ସହରରେ ଏହି ଡିଜିଟାଲ କରେନ୍ସି ସେବା ଆରମ୍ଭ କରାଯିବ । ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ ଓ ଭୁବନେଶ୍ୱରରେ ଡିଜିଟାଲ କରେନ୍ସି ଲଞ୍ଚ କରାଯିବ ବୋଲି ସୂଚନା ରହିଛି । ଡିଜିଟାଲ ରୂପି ଦ୍ୱାରା ଇ-ଟ୍ରାନଜକସନ ସୁବିଧାଜନକ ହେବ ।

    କିଛି ଦିନ ପୂର୍ବରୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଡିଜିଟାଲ ମୁଦ୍ରା ବା ଇ-ଟଙ୍କାର ପାଇଲଟ୍ ପରୀକ୍ଷଣ ଆରମ୍ଭ ହୋଇଥିଲା । ଏହି ଡିଜିଟାଲ କରେନ୍ସିର ନାଁ ରହିଛି ସିବିଡିସି ବା ‘ଇ-ରୁପି’ । ‘ଇ-ଟଙ୍କା’ ଆନ୍ତଃ ବ୍ୟାଙ୍କ ବଜାରକୁ ଅଧିକ ଦକ୍ଷ କରିବ ବୋଲି ଆଶା କରାଯାଉଛି । ଏହି ଇ-ଟଙ୍କାକୁ ସହଜରେ ବ୍ୟାଙ୍କ ଖାତାରେ ଜମା କରାଯାଇ ପାରିବ ଏବଂ ନଗଦ ଟଙ୍କାରେ ବି ପରିଣତ କରାଯାଇ ପାରିବ । ଇଲୋକ୍ଟ୍ରୋନିକ୍ସ ମାଧ୍ୟମରେ ଇ-ଟଙ୍କାର ବ୍ୟବହାର କରାଯିବ । ଇ-ଟଙ୍କା ପ୍ରଚଳନ ନେଇ ଗତ ମାସରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଘୋଷଣା କରିଥିଲା ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook