Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆଇଏଏସ ବିନୋଦ କୁମାରଙ୍କୁ ପୁଣି ସଜ୍ଜା

    Share on :
    ajab-Image
    Date: Dec 1, 2022    Views: 3748

    ଭୁବନେଶ୍ୱର:  ORHDC ଦୁର୍ନୀତି ମାମଲାରେ ପୂର୍ବତନ ଏମଡି ତଥା ଆଇଏଏସ ବିନୋଦ କୁମାରଙ୍କୁ ପୁଣି ସଜ୍ଜା । ଭୂମିକା ବିଲଡର ଲୋନ୍ ଦୁର୍ନୀତି ମାମଲାରେ ପୂର୍ବତନ ଆଇଏଏସ ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଦଣ୍ଡାଦେଶ ହୋଇଛି । ଭିଜିଲାନ୍ସର ସ୍ପେଶାଲ ଜଜ୍ ଏହି ୬ ଜଣଙ୍କୁ ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର ଟଙ୍କା ଫାଇନ୍ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିନୋଦଙ୍କ ସହ କମ୍ପାନୀ ସେକ୍ରେଟାରୀ ସତ୍ୟ ପ୍ରକାଶ ବେହେରା, ସ୍ୱସ୍ତିକ ରଞ୍ଜନ ମହାପାତ୍ର, ଆସିଷ୍ଟାଣ୍ଟ ସିଷ୍ଟମ ଅନାଲିଷ୍ଟ ଜ୍ଞାନେନ୍ଦ୍ର ସ୍ୱାଇଁ, ଭୂମିକା ବିଲଡର ମ୍ୟାନେଜିଙ୍ଗ ପାର୍ଟନର ଦେବଦତ୍ତ ରାୟ ଓ଼ ବିଭୂତି ଭୂଷଣ ସ୍ୱାଇଁଙ୍କୁ ସଜା ଶୁଣାଇଛନ୍ତି କୋର୍ଟ ।

    ପୂର୍ବରୁ ମଧ୍ୟ  ORHDC  ଓ ମେଟ୍ରୋ ବିଲଡର ମାମଲାରେ ଭିଜିଲାନ୍ସର ସ୍ପେଶାଲ ଜଜ୍ ବିନୋଦଙ୍କ ସମେତ ୪ ଜଣଙ୍କୁ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇସାରିଛନ୍ତି । ଏହି ତାଲିକାରେ ବାରବାଟୀ ବିଧାୟକ ମହମ୍ମଦ ମୋକିମ, ନିଗମର ତତ୍କାଳୀନ କମ୍ପାନୀ ସେକ୍ରେଟାରୀ ସ୍ୱସ୍ତି ରଞ୍ଜନ ମହାପାତ୍ର, ମେଟ୍ରୋ ବିଲଡରର ନିର୍ଦ୍ଦେଶକ ପୀୟୂଷଧାରୀ ମହାନ୍ତିଙ୍କୁ ଜରିମାନା ସହ ୩ ବର୍ଷ ଲେଖାଏଁ ସଜା ଶୁଣାଇଥିଲେ କୋର୍ଟ । ୨୦୦୦ରୁ ୨୦୦୧ ମସିହା ପର୍ୟ୍ୟନ୍ତ ଙଜଐଊଉର ପରିଚାଳନା ନିର୍ଦ୍ଦେଶକ ଥିଲେ ଆଇଏସ ବିନୋଦ କୁମାର । ମୁଖ୍ୟତଃ ବିନୋଦ କୁମାରଙ୍କ ସମୟରେ ସରକାରୀ ବାବୁ ଓ ବିଲଡରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାଜ୍ୟ ସରକାରଙ୍କୁ ଲକ୍ଷାଧିକ ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook