Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ପଦ୍ମପୁରରେ ପାରା ମିଲିଟାରୀ ଓ ସେଂଟ୍ରାଲଫୋର୍ସ ମୁତୟନ କରାଯାଉ:ବିଜେପି

    Share on :
    ajab-Image
    Date: Dec 1, 2022    Views: 3022

    ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସମାନ୍ତସିଂହାରଙ୍କ ତତ୍ୱାବଧାନରେ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓଙ୍କ)ଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି । ପଦ୍ମପୁର ଉପନିର୍ବାଚନ ମୁକ୍ତ, ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ କରାଯାଉ । ନିର୍ବାଚନରେ ବହୁ ସଂଖ୍ୟାରେ ପାରା ମିଲିଟାରୀ ଓ ସେଂଟ୍ରାଲଫୋର୍ସ ମୁତୟନ କରାଯାଉ ବୋଲି ଦାବି କରାଯାଇଛି ।

    ସେହିପରି ପଦ୍ମପୁର ବ୍ଲକର ସମାସିଂ ଗାଁର ଜଣେ ମିଶନଶକ୍ତିର ଏମ୍‌ବିକେ ସୁନୀତା ନାୟକ ନିର୍ବାଚନ ଆଦର୍ଶ ଆଚରଣବିଧି ଉଲଘଂନ କରିଥିବାରୁ ତାଙ୍କୁ ତୁରନ୍ତ ନିଲମ୍ବିତ କରି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡ. ଲେଖାଶ୍ରୀ ଦାବି କରିଛନ୍ତି । ଏହି ପ୍ରତିନିଧି ଦଳରେ ରାଜ୍ୟ ଉପସଭାନେତ୍ରୀ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ଲିଗାଲ୍ ସେଲ୍ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook